କନକ ବ୍ୟୁରୋ : ଆଗକୁ ରହିଛି ଉତ୍ତରପ୍ରଦେଶର ପଞ୍ଚାୟତ ନିର୍ବାଚନ । ଗୋଟିଏ ପଟେ ଲୋକସଭା ନିର୍ବାଚନରେ ସମାଜାବାଦୀ ପାର୍ଟି ଯେଭଳି ଭାବେ ଯୋଗୀଙ୍କୁ ଟକ୍କର ଦେଇଥିଲା ତାହା ଯୋଗୀଙ୍କ ପାଇଁ ଚ୍ୟାଲେଞ୍ଜ । ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନଡିଏର ସହଯୋଗୀ ଦଳ ଆରଏଲଡି ଏବେ ପୁଣି ଯୋଗୀଙ୍କ ଟେନସନକୁ ଦ୍ୱିଗୁଣିତ କରିଛି । ଆରଏଲଡି ବା ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏନଡିଏ ସହ ମିଶି ନୁହେଁ ବରଂ ଏକାକୀ ଲଢିବ । 

Advertisment

ମେରଠରେ ଆୟୋଜିତ ନିର୍ବାଚନ କମିଟି ବୈଠକରେ ଜୟନ୍ତ ଚୌଧୁରୀ କହିଛନ୍ତି କି, ଦଳ ପଞ୍ଚାୟତ ନିର୍ବାଚନ ଏକାକୀ ଓ ନିଜ ଶକ୍ତିରେ ଲଢିବ । ଏହି ବୈଠକରେ ଆରଏଲଡିର ରାଜ୍ୟ ସଂଯୋଜକ କୁଲଦୀପ ଓଜ୍ୱଲ କହିଛନ୍ତି କି, ପଞ୍ଚାୟତ ନିର୍ବାଚନ ହେଉଛି ଗାଁ ନିର୍ବାଚନ । ଗାଁର ଲୋକମାନେ ଏଥିରେ ଭୋଟ ଦେଇଥାନ୍ତି । ଆମ ଦଳ ଗ୍ରାମାଞ୍ଚଳରେ ବେଶ୍ ମଜବୁତ ରହିଛି । ଏଣୁ ଦଳ ସାରା ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ କରୁଛି । ଏନଡିଏ ସହ ଆମର ମେଣ୍ଟ କେବଳ ବିଧାନସଭା ଓ ଲୋକସଭାକୁ ନେଇ ହୋଇଛି । ହେଲେ ପଞ୍ଚାୟତ ନିର୍ବାଚନରେ ଦଳ ନିଜର କର୍ମୀ ଓ ନେତାଙ୍କୁ ନେଇ ଏକାକୀ ନିର୍ବାଚନ ଲଢ଼ିବ ।