ବୈଠକରେ ଆଗରେ ନ ବସି, ପଛରେ ବସିଲେ ଜୟ ନାରାୟଣ; ଯୋଗ୍ୟ ନୁହଁ କହି ଝାଡ଼ିଲେ ଅସନ୍ତୋଷ

Advertisment

ଉତ୍କଳକୁ ବିରୋଧ ଓ କୋଶଳ ସମର୍ଥନରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଜୟନାରାୟଣ ଆଜି ପୁଣି ଆଉ ଏକ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବୁର୍ଲାରେ ବସିଥିବା ବିଜେପି ଦଳୀୟ ବୈଠକରେ ଆଗ ଧାଡିରେ ବସିବାକୁ କୁହାଯାଇଥିଲେ ବି ସେ ଏହାକୁ ଗ୍ରହଣ କରିନାହାନ୍ତି।

ଉତ୍କଳକୁ ବିରୋଧ ଓ କୋଶଳ ସମର୍ଥନରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଜୟନାରାୟଣ ଆଜି ପୁଣି ଆଉ ଏକ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବୁର୍ଲାରେ ବସିଥିବା ବିଜେପି ଦଳୀୟ ବୈଠକରେ ଆଗ ଧାଡିରେ ବସିବାକୁ କୁହାଯାଇଥିଲେ ବି ସେ ଏହାକୁ ଗ୍ରହଣ କରିନାହାନ୍ତି।

ଅଭିମାନ ନା ଅସନ୍ତୋଷ?

ଅଭିମାନ ନା ଅସନ୍ତୋଷ? Photograph: (KanakNews )

କନକ ବ୍ୟୁରୋ: ଓଡ଼ିଶା ସହ ମିଶିବା ଐତିହାସିକ ଭୁଲ ଥିଲା କହି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ। ହେଲେ, ଏହା ଭିତରେ ଏତେ ଦିନ ବିତିଯାଇଥିଲେ ବି ଶାନ୍ତ ପଡି ନାହାନ୍ତି ଜୟ। ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି। 

  • ଥମୁନି ଜୟନାରାୟଣ ବିବାଦ
  • ବୈଠକରେ ପଛ ଧାଡିରେ ବସିଲେ 

ଉତ୍କଳକୁ ବିରୋଧ ଓ କୋଶଳ ସମର୍ଥନରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଜୟନାରାୟଣ ଆଜି ପୁଣି ଆଉ ଏକ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବୁର୍ଲାରେ ବସିଥିବା ବିଜେପି ଦଳୀୟ ବୈଠକରେ ଆଗ ଧାଡିରେ ବସିବାକୁ କୁହାଯାଇଥିଲେ ବି ସେ ଏହାକୁ ଗ୍ରହଣ କରିନାହାନ୍ତି। ଯୋଗ୍ୟତା ନଥିବା କହି ପଛ ସିଟରେ ବସିଛନ୍ତି। ତେବେ ଜୟଙ୍କ ମନ୍ତବ୍ୟକୁ ନେଇ ଦଳ ଉପରେ ମତ ରଖୁ ନାହାନ୍ତି କୌଣସି ନେତା। ଏପରି କି ରାଜ୍ୟ ବିଜେପି ସଭାପତି ମଧ୍ୟ ପ୍ରତିକ୍ରିୟା ରଖିବାକୁ ମନା କରିବା ସହ ଏଠାରେ କେବଳ ଅମିତ ଶାହଙ୍କ ଗସ୍ତ ଉପରେ ଆଲୋଚନା କରିବା ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୟଙ୍କ ବୟାନକୁ ନେଇ କୌଣସି ନେତା ପ୍ରତିକ୍ରିୟା ରଖୁନଥିଲେ ବି ଦଳୀୟ କାର୍ଯ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ବାରି ହୋଇପଡିଛି। ଏଥିସହ ସେ ନିଜକୁ କଣଠେସା ଅନୁଭବ କରୁଥିବା ଆଲୋଚନା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe