କନକ ବ୍ୟୁରୋ: କଂଗ୍ରେସକୁ ଟାର୍ଗେଟ କରି ଜୟ ନାରାୟଣ ଆହୁରି ମଧ୍ୟ କହିଛନ୍ତି , ’ସ୍ୱାଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ । ଶିଳ୍ପପତି ସୃଷ୍ଟି ହେବା ବି ଉଚିତ କାରଣ ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ । ହେଲେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆଦାନୀକୁ କେତେ କାମ ଦେଇଛନ୍ତି, ଆଗେ ସେକଥା କୁହନ୍ତୁ ’ ।
’ରାହୁଲ ଭାଷଣ ଟିକେ ଟିକେ କହି ଶିଖିଥିବାରୁ ତାଙ୍କୁ ଧନ୍ୟବାଦ । କିନ୍ତୁ ଭାଷଣରେ ତଥ୍ୟ ନାହିଁ । ଗୋଟେ ଅପରିପକ୍ୱ, ପଞ୍ଚାୟତ ସ୍ତରର ନେତା ଭାଷଣ ଦେଲାଭଳି ଲାଗୁଛି । ଆଜି ଏକ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା’ ବୋଲି ରାହୁଲଙ୍କୁ କଟାକ୍ଷ କରିଛନ୍ତି ଜୟନାରାୟଣ ମିଶ୍ର ।
’କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କୁ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛି କଂଗ୍ରେସ ? ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି? ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଯାଇଛି । ବର୍ତ୍ତମାନ ରାସ୍ତା ୟୁରୋପିଆନ ଦେଶ ଭଳି ହୋଇଛି, କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା ତ’…। ଏହାସହ ଆମ ରାଜ୍ୟରେ ମହିଳା ନିଖୋଜ ଘଟଣା ସବୁଠୁ ଚିନ୍ତାଜନକ ହେଲେ ରାହୁଲ ଗାନ୍ଧୀ କହିବେ କି ତାଙ୍କ ପାଖରେ ସଠିକ୍ ତଥ୍ୟ ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/11/jaynarayan-2025-07-11-14-40-34.jpg)