କନକ ବ୍ୟୁରୋ: ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ । ସବୁକିଛି ଫାଇନାଲ୍ ହୋଇସାରିଛି, କେବଳ ଘୋଷଣା ବାକି ଅଛି । ଏନେଇ ଆଜି କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ତାଙ୍କ ସୂଚନା ମୁତାବକ, ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ୧୬ ତାରିଖରେ ନୂଆପଡ଼ା ଗସ୍ତ କରିବେ । ଆଉ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ।
'#ଜୟ_ଢୋଲକିଆ_ହେବେ_ବିଜେପି_ପ୍ରାର୍ଥୀ'
— Kanak News (@kanak_news) October 14, 2025
ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ଖବର , ଜୟ ଢୋଲକିଆ ହେବେ ବିଜେପି ପ୍ରାର୍ଥୀ । ଫାଇନାଲ୍ ହୋଇଛି , କେବଳ ଘୋଷଣା ବାକି ଅଛି ବୋଲି ବଡ଼ ସୂଚନା ଦେଇଛନ୍ତି ସାଂସଦ ସୁଜିତ କୁମାର । ୧୬ ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ।#BigBreaking#Nuapada#Odisha#KanakNewspic.twitter.com/HRmH7BoQSS
ସେପଟେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ବିଜେପି ପକ୍ଷରୁ ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। କୋର୍ କମିଟି ବୈଠକ ନିଷ୍ପତ୍ତି ହୋଇଥିବା ନାଁ କେନ୍ଦ୍ରୀୟ ପାର୍ଲ୍ୟାମେଣ୍ଟାରି ବୋର୍ଡକୁ ପଠାଯାଇଛି। ତେବେ ବିଜେପି ପାର୍ଲ୍ୟାମେଣ୍ଟାରି ନିଷ୍ପତ୍ତି ନେବ, କିଏ ହେବ ବିଜେପି ପ୍ରାର୍ଥୀ । ସେପଟେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ବିଜେପି ବିଧିବଦ୍ଧ ଭାବେ ତାହାର ପ୍ରାର୍ଥୀ ଘୋଷଣା କରିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ମନମୋହନ କହିଛନ୍ତି ଆମେ କାହାକୁ ଅପେକ୍ଷା କରିନାହୁଁ। ବିଜେପି କେନ୍ଦ୍ରୀୟ ପାର୍ଲ୍ୟାମେଣ୍ଟାରି ବୋର୍ଡ ଫାଇନାଲ କରନ୍ତି ପ୍ରାର୍ଥୀ କିଏ ହେବ। ବିଜେପି କେନ୍ଦ୍ରୀୟ ପାର୍ଲ୍ୟାମେଣ୍ଟାରି ବୋର୍ଡ ଯେବେ ନାଁରେ ମୋହର ମାରିବ, ସେବେ ଘୋଷଣା ହେବ । ପ୍ରାର୍ଥୀ ଘୋଷଣା ନେଇ ବିଜେପି ବ୍ୟସ୍ତ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।