ବିଜୟ ପରେ ବିଜେପି ପାର୍ଟି ଅଫିସରେ ପହଂଚିଲେ ଜୟ ଢୋଲକିଆ, କହିଲେ, ବିଜୟ ପଛରେ ରହିଛି ବାପାଙ୍କ ଆଶୀର୍ବାଦ

ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି ।

nuapada

କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚିଛନ୍ତି ଜୟ ଢୋଲକିଆ । ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ ସମ୍ବୋଧନା ଦିଆଯିବା ପରେ ନିର୍ବାଚନରେ ବିଜୟକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ମନମୋହନ କହିଛନ୍ତି କି, ଏହି ବିଜୟ ନୂଆପଡ଼ାବାସୀଙ୍କର । ଦଳୀୟ କର୍ମୀ ଓ ନେତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଦଳ ବିଜୟୀ ହୋଇଛି । ରାଜ୍ୟବାସୀଙ୍କ ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡ଼ାରେ ପ୍ରତିଫଳିତ ହୋଇଛି । ସେପଟେ ବିଜୟ ଉତ୍ସବରେ ସାମିଲ ହୋଇ ଜୟ ଢୋଲକିଆ କହିଛନ୍ତି, ଏହି ଗଣତନ୍ତ୍ରର ମହାପର୍ବରେ ନୂଆପଡ଼ାବାସୀ ସାମିଲ ହୋଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି । ସବୁଠାରୁ ବଡ଼କଥା ହେଉଛି ଏ ବିଜୟ ପଛରେ ବାପା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଆଶୀର୍ବାଦ ଥିବା କଥା ଜୟ ଭାବବିହ୍ୱଳ ହୋଇ କହିଛନ୍ତି । ଏହା ସହ ସେ ବିଜେପିକୁ ଧନ୍ୟବାଦ ଦେଇ କହିଛନ୍ତି କି, ନିର୍ବାଚନ ବେଳେ ବିଜେପି ଯେଭଳି ଭାବେ ଗୋଟିଏ ପରିବାର ଭଳି ସାଂଗଠନିକ କାର୍ଯ୍ୟ କରିଥିଲା ତାହା ମୋତେ ଚକିତ କରିଛି । ସେପଟେ ବିଜେପି କାର୍ଯ୍ୟାଳୟରୁ ସେ ବିରୋଧୀ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ମୋ ବାପାଙ୍କ ଫଟୋ ଲଗାଇ ଯିଏ ଲୋକଙ୍କ ଭ୍ରମିତ କରୁଥିଲେ ତା'ର ଫଳ ସେମାନେ ପାଇଛନ୍ତି । 

ଜନଜାତୀୟ ଗୌରବ ଦିବସ; ରାଉଲକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସୂଚନା ଥାଉ କି,  ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି । ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ରାଜ୍ୟର ଅନ୍ୟତମ ପଛୁଆ ଅଞ୍ଚଳର ଏହି ବିଧାନସଭା ଆସନକୁ ୧୧ ବର୍ଷ ପରେ ବିଜେପି ନିଜ ଦଖଲକୁ ନେଇଛି । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି ।  

କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର; ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ

କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଛନ୍ତି । ବିଜେଡିର ଗଡ଼ କୁହାଯାଉଥିବା ଏହି ଆସନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି । ଘାସିରାମ ମାଝୀ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପାଇଥିବା ଭୋଟ ତୁଳନାରେ ଏଥର କମ୍‌ ପାଇଥିଲେ ବି ଏଥର କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି । ଆଜି ଜୟ ଢ଼ୋଲକିଆ ଭୁବନେଶ୍ବରରେ ପହଁଚି ରାଜ୍ୟ କାର୍ୟ୍ୟାଳୟକୁ ଆସିବା ସହ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର କାର୍ୟ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe