କନକ ବ୍ୟୁରୋ: ୫ ମାଓବାଦୀ ନିପାତ ହେବା ପରେ ସୁରକ୍ଷାକର୍ମୀ ସେଲିବ୍ରେସନ୍ । ଡି.ଜେ ବଜାଇ ନାଚିଲେ ସୁରକ୍ଷାକର୍ମୀ । ଛତିଶଗଡର ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାନ୍ତରେ ଥିବା ଉତ୍ତର ଅବୁଝମାଡ଼ ଅଞ୍ଚଳରେ ଗତ ତିନି ଦିନ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏଥିରେ ଦୁଇ ମହିଳା ମାଓବାଦୀଙ୍କ ସମେତ ମୋଟ ୫ ଜଣ ମାଓବାଦୀଙ୍କୁ କରିଥିଲେ ଯବାନ୍ ।
ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସମସ୍ତ ମାଓବାଦୀଙ୍କ ମରଶରୀର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଛି କ୍ଷ ସୂଚନା ଅନୁସାରେ ଆଣ୍ଟି ନକ୍ସଲ ଅଭିଯାନ ମାଧ୍ୟମରେ ଛତିଶଗଡର ପ୍ରାୟ ୧ ହଜାର ୪ ଶହ ୪୮ ଜଣ ସୁରକ୍ଷା କର୍ମୀ ଗତ ପନ୍ଦର ତାରିଖ ଦିନ ରାତିରୁ କୁମ୍ବି ଅପରସନରେ ବାହାରିଥିଲେ କ୍ଷ ପୂର୍ବରୁ ସେ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତ ଥିବା ସୂଚନା ପାଇ ବଡ଼ ଚତୁରତାର ସହିତ ସମଗ୍ର ଅଂଚଳକୁ ଘେରାଉ କରିଥିଲେ। ୧୬ ତାରିଖ ସକାଳୁ ଗୁଳିବିନିମୟ ଆରମ୍ଭ ହୋଇଥିଲା କ୍ଷ ଦୀର୍ଘ ତିନି ଦିନ ପରେ ୫ ଜଣ ମାଓବାଦୀଙ୍କ ମରଶରୀର ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଆଈଏନଏସଏଏସ, ଗୋଟିଏ ଏସଏଲଆର ରାଇଫଲ, ୧୨ଟି ବୋର ରାଇଫଲ୍ ଏବଂ ୩ଟି ବିଜିଏଲ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2024/11/20/vneBsx8PCU5VgsdvPVAd.jpg)