କନକବ୍ୟୁରୋ : ଛତିଶଗଡ଼ରେ ଜୋରଦାର ଚାଲଛି ମାଓ ଅପରେସନ୍। ମାଓଗଡ଼ ଭାଙ୍ଗିବାକୁ ସର୍ଚ୍ଚ ଅପରେସନ୍ କରୁଛନ୍ତି ଯବାନ । ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସୁକୁମା ମାଲକାନଗିରି ସୀମାରୁ ବନ୍ଧୁକ ତିଆର କାରଖାନା ଠାବ କରିଛନ୍ତି ଯବାନ। ବନ୍ଧୁକ ତିଆରି ସାମଗ୍ରୀ ସହ ୨୧ଟି ଆଇଡି, ବିଜିଏଲ ବୋମା ଜବତ ।
ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ ହୋଇଛି। ବନ୍ଧୁକ ତିଆରି ସରଂଜାମ ସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଂଗଲରେ କୁମ୍ବିଂ ଅପରେସନ୍ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/23/xra4f4LGUiWKNRAUenZ0.jpg)