କନକବ୍ୟୁରୋ : ନକ୍ସଲ ଗୁଳିରେ ଗୁରୁତର ଯବାନ ଏମ୍ସ ସ୍ଥାନାନ୍ତର । କନ୍ଧମାଳ ସୀମାରେ ହୋଇଥିଲା ମାଓବାଦୀଙ୍କ ସହ ଗୁଳି ବିନିମୟ । ୧୮ ତାରିଖରୁ ଏମକେସିଜି ସେଣ୍ଟ୍ରାଲ ଆଇସିୟୁରେ ଥିଲେ ।  ନ୍ୟୁରୋ ସର୍ଜରୀ ଟିମ ଚିକିତ୍ସା କରୁଥିଲେ।କାଲି ରାତିରେ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି  ।  ନ୍ୟୁରୋ ଫିଜିଓଲୋଜି ଚିକିତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୧୬ ତାରିଖରେ  ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଗୁଳିବିନିମୟରେ ଆହତ ହୋଇଥିଲେ ଯବାନ ପ୍ରେମ ସିଂ ମାଝୀ  ।  ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ୧୭ ତାରିଖ ମଧ୍ୟ ରାତିରେ ଅସ୍ତ୍ରୋପଚାର ହୋଇ ତାଙ୍କ ପେଟରୁ ଗୁଳି କଢ଼ାଯାଇଥିଲା। ୧୮ ତାରିଖରୁ ସେ ଆଇସିୟୁରେ ଥିଲେ । 
 

Advertisment