କନକ ବ୍ୟୁରୋ: ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କ ଉପରେ ବର୍ଷିଲେ ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର । ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ଭିତରେ ପାକ୍ ସେନା ମୁଖ୍ୟଙ୍କ ଉପରେ ସେ ନିଜ ରାଗ ଝାଡ଼ିଛନ୍ତି । ଜାଭେଦ ଅଖତର କହିଛନ୍ତି ଯେ, ଅସୀମ ମୁନିର ଅତ୍ୟନ୍ତ ଅସମ୍ବେଦନଶୀଳ ଭାଷଣ ଦେଇଛନ୍ତି, ଯେଉଁଥିରେ ସେ ହିନ୍ଦୁଙ୍କୁ ଗାଳି ଦେଉଛନ୍ତି । ଏହାସହ ଜାଭେଦ ପାକିସ୍ତାନୀ ସେନାର ଇତିହାସ ବଖାଣିବା ସହିତ କେମିତି କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ନିଜ ସୈନିକଙ୍କ ମରଶରୀର ନେବାକୁ ମନା କରିଦେଇଥିଲା, ତାହା ମଧ୍ୟ ମନେପକାଇ ଦେଇଛନ୍ତି ।
ଜାଣିରଖିବା ଉଚିତ୍ ଯେ, ପହଲଗାମ୍ ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏକ ଭାଷଣରେ କହିଥିଲେ ଯେ, ଆମ ପୂର୍ବପୁରୁଷମାନେ ବିଶ୍ୱାସ କରୁଥିଲେ ଯେ, ଆମେ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କଠାରୁ ଭିନ୍ନ । ଆମର ଧର୍ମ ଭିନ୍ନ, ଆମର ରୀତିନୀତି ଭିନ୍ନ, ଆମର ପରମ୍ପରା ଭିନ୍ନ, ଆମର ଦୃଷ୍ଟିକୋଣ ଭିନ୍ନ... ଯାହାକି ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା । ଆଉ ଏହାପରେ ଏହି କଥାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଗୀତିକାର ଜାଭେଦ ଅଖତର ।
ଜାଭେଦ ଅଖତର ଜେନେରାଲ୍ ମୁନିରଙ୍କ ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତ ଜଣେ ପାକିସ୍ତାନୀ ନାଗରିକଙ୍କୁ ବଦନାମ କରିବାକୁ ଚାହୁନାହିଁ । ସେ କହିଲେ, କୌଣସି ଦେଶ ଏକ ନୁହେଁ । ଗୋଟିଏ ଦେଶର ପ୍ରତ୍ୟେକ ନାଗରିକ ସମାନ ହୋଇପାରିବେ ନାହିଁ । ତେବେ ଯଦି କୌଣସି ଦେଶର ସରକାର ଖରାପ, ତେବେ ଏହାର ପ୍ରଭାବ ପ୍ରଥମେ ଏହାର ନାଗରିକମାନଙ୍କ ଉପରେ ପଡ଼ିବ । ଏହାସହିତ ଆମର ପ୍ରସଙ୍ଗ କେବଳ ସରକାର, ସେନା ଏବଂ ଚରମପନ୍ଥୀମାନଙ୍କ ସହିତ ହେବା ଉଚିତ । ସେମାନଙ୍କ ଯୋଗୁଁ କଷ୍ଟ ପାଉଥିବା ନିରୀହ ଲୋକଙ୍କ ପ୍ରତି ଆମର ପୂର୍ଣ୍ଣ ସହାନୁଭୂତି ରହିବା ଉଚିତ ବୋଲି ଜାଭେଦ ଅଖତର କହିଛନ୍ତି ।
ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ, "ମୁଁ ୟୁଟ୍ୟୁବରେ ମୁନିରଙ୍କ ଭାଷଣ ଦେଖିଲି । ସେ ସମ୍ବେଦନହୀନ ବ୍ୟକ୍ତି ପରି ମନେ ହେଉଥିଲେ । ଯଦି ସେ ଭାବୁଛନ୍ତି ଆମେ ଖରାପ, ତେବେ ଭାରତୀୟମାନଙ୍କୁ ଗାଳି ଦିଅନ୍ତୁ, କିନ୍ତୁ ହିନ୍ଦୁମାନଙ୍କୁ କାହିଁକି ଗାଳି ଦେଉଛନ୍ତି ? ସେ କ’ଣ ଜାଣିନାହାଁନ୍ତି ଯେ, ପାକିସ୍ତାନରେ ମଧ୍ୟ ହିନ୍ଦୁ ଅଛନ୍ତି ? ତୁମେ ତୁମର ଲୋକମାନଙ୍କୁ ସମ୍ମାନ କରିବା ଉଚିତ ନୁହେଁ କି? ତୁମେ କି ପ୍ରକାରର ଲୋକ? "
ଶେଷରେ ବଲିଉଡର ଏହି ଗୀତିକାର ଜଣକ କାର୍ଗିଲ ଯୁଦ୍ଧ କଥା ମନେ ପକାଇ ପାକିସ୍ତାନ ସେନା ମୁଖ୍ୟଙ୍କ ଉପରେ ବର୍ଷିଛନ୍ତି । ପାକିସ୍ତାନ କେମିତି କାର୍ଗିଲ ଯୁଦ୍ଧ ସମୟରେ ନିଜ ଦେଶର ସୈନିକଙ୍କୁ ନେବାକୁ ମନା କରିଦେଇଥିଲା ତାହା କହିଛନ୍ତି ଜାଭେଦ ଅଖତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/05/15/QCvhzL639LapAMqttjfC.jpg)