ଡ୍ରେନ୍ ପାଣି ପିଉଛନ୍ତି ସମ୍ବଲପୁରବାସୀ ; ମାଡ଼ିଗଲାଣି ଜଣ୍ଡିସ୍

ସମ୍ବଲପୁରବାସୀଙ୍କୁ ପୁଣି ଘାରିଲା ଜଣ୍ଡିସ୍ ଭୟ  । ୱାଟକୋ ଦେଉଛି ଧୋକା,ପାଇପ୍ ଯୋଗେ ଯୋଗାଉଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି,  ସତର୍କ ନକଲେ ଉପୁଜିପାରେ ୨୦୧୪ ଭଳି ସ୍ଥିତି । 

31

କନକ ବ୍ୟୁରୋ: ସମ୍ବଲପୁର ସହରବାସୀଙ୍କୁ ପୁଣି ଘାରିଛି ଜଣ୍ଡିସ୍ ଭୟ । ୱାଟକୋ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିର ମାନ ଖରାପ ରହୁଥିବାରୁ ରୋଗରେ ପଡ଼ିବା ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହାରି ଭିତରେ ଜନସ୍ବାସ୍ଥ୍ୟ ବିଭାଗର ଚିଠି ଚିନ୍ତାକୁ ବଢ଼ାଇ ଦେଇଛି । ପୁଣି ଥରେ ୨୦୧୪ ଘଟଣାର ପୁନଃରାବୃତ୍ତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । 

୧୩ତାରିଖର ଏହି ଚିଠିକୁ ଦେଖନ୍ତୁ । ୱାଟକୋ ଡିଭିଜନ ସମ୍ବଲପୁରର ଜେନେରାଲ ମ୍ୟାନେଜର ବ୍ରହ୍ମେଶ୍ବର ଦାସଙ୍କୁ ଏହି ଚିଠି ଲେଖିଛି ଜନସ୍ବାସ୍ଥ୍ୟ ବିଭାଗ ସମ୍ବଲପୁର । ଚିଠିରେ ସ୍ପଷ୍ଟ ଭାବରେ ଲେଖା ହୋଇଛି, ସମ୍ବଲପୁରର କିଛି ଅଞ୍ଚଳର ପାଣି ପିଇବା ଯୋଗ୍ୟ ନୁହେଁ । ଗତ ୩ ତାରିଖରେ ଏକ ଟିମ୍ ମାନେଶ୍ବର ଓ ବରେଇପାଲିରେ ଥିବା ଜଳ ବିଷୋଧନାଗାରକୁ ଯାଇ ସେଠୁ ପାଣିର ନମୁନା ସଂଗ୍ରକ କରି ତାର ପରୀକ୍ଷା କରାଇଥିଲେ । ପରୀକ୍ଷାରୁ ଜଣାପଡିଥିଲା, ମାନେଶ୍ବର ଅଞ୍ଚଳରୁ ଯୋଗାଣ ହେଉଥିବା ଜଳ ପିଇବା ପାଇଁ ଅଯୋଗ୍ୟ  । ଏହି ପାଣି ପିଇଲେ ଜଣ୍ଡିସ, ଡାଇରିଆ ଓ ବିଭିନ୍ନ ଚର୍ମ ରୋଗ ହେବାର ଆଶଙ୍କା ରହିଛି। ହେଲେ ୱାଟକୋ ଜେନେରାଲ ମ୍ୟାନେଜର କିନ୍ତୁ ଚିଠିକୁ ମାନିବାକୁ ନାରାଜ । 

ସମ୍ବଲପୁରରେ ପାନୀୟ ଜଳ ଯୋଗାଣର ଅସଲ ଚିତ୍ର। କେଉଁଠି ପାଇପ ଫାଠି ପାଣି ଫୁଆର ଉଠୁଛି ତ ଆଉ କେଉଁଠି  ଡ୍ରେନ ଦେଇ ହେଉଛି ଜଳ ଯୋଗାଣ। ସ୍ଥିତି ଏମିତି ଯେ ସମ୍ବଲପୁର ଗୋପାଳମାଲ ଓ ଦାନିପାଲି ଅଞ୍ଚଳରେ ୩ ଜଣ ଜଣ୍ଡିସରେ ଆକ୍ରନ୍ତ ହୋଇଥିବା ବେଳେ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe