କନକ ବ୍ୟୁରୋ : ଜଣ୍ଡିସ୍ କବଳରେ କଟକ ସହର । ଦୂଷିତ ପାଣି ପିଇ ଲୋକମାନେ ଜଣ୍ଡିସରେ ଆକ୍ରାନ୍ତ ହେଉଛନ୍ତି। ଦୀର୍ଘ ଦିନ ହେବ ସିଏମ୍ସିର ୧୦ ନମ୍ବର ଏବଂ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମଠ ଗଳି ଓ କାଫଲା ବଜାର ଅଞ୍ଚଳରେ ଜଣ୍ଡିସ ବ୍ୟାପୁଛି। ଆଉ ଏହାରି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଦେଖାଦେଇଛି ଦ୍ଵନ୍ଦ୍ବ।
ପ୍ରକୃତରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା କେତେ?
କାହିଁକି ତଥ୍ୟ ଲୁଚାଉଛି ସିଏମ୍ସି?
କଟକରେ ଡ୍ରେନ୍ ଭିତର ଦେଇ ଯେଉଁ ପାଣି ପାଇପ୍ ଯାଇଛି । ସେହି ପାଣି ପାଇପ୍ ହିଁ ଜଣ୍ଡିସ ମୂଳ କାରଣ । ଦୁଇ ଦିନ ତଳେ ସିଏମ୍ସି ମେୟର, କମିସନର ଓ ୱାଟକୋ କର୍ମଚାରୀମାନେ ସମ୍ପୃକ୍ତ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଏହାରି ଭିତରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଦ୍ଵନ୍ଦ୍ବ ଦେଖାଦେଇଛି । ମେୟର କହୁଛନ୍ତି ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦା ଓ କଂଗ୍ରେସ କହୁଛି ୫୦ରୁ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି ।
ବଡ଼ କଥା ହେଉଛି କଟକ ସହରରେ ପାଣି ପାଇପ ସମସ୍ୟା କେବଳ ଏହି ଦୁଇଟି ୱାର୍ଡରେ ନୁହେଁ । ବରଂ ଅଧିକାଂଶ ୱାର୍ଡରେ ଏଭଳି ଡ୍ରେନ ଭିତରେ ପାଣି ପାଇପ ସମସ୍ୟା ଦେଖିବାକୁ ମିଳିଛି। ଡ୍ରେନ ଭିତର ଦେଇ ଯାଇଥିବା ପାଣି ପାଇପ୍ରେ ଲିକେଜ୍ ଥିବାରୁ ଲୋକେ ଦୂଷିତ ପାଣି ପିଉଛନ୍ତି। ଫଳରେ ଜଣ୍ଡିସ ବ୍ୟାପୁଛି । ତେବେ ଆଗାମୀ ଦିନରେ ସିଏମ୍ସି ଜଣ୍ଡିସକୁ କେମିତି ନିୟନ୍ତ୍ରଣକୁ ଆଣୁଛି ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/21/jaundice-2026-02-21-19-48-21.jpg)