ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍, ୧୫ ଦିନରେ ୧୯ ଆକ୍ରାନ୍ତ ଚିହ୍ନଟ

ପ୍ରଥମେ ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତ ପରିଛିପୁର ଗାଁରେ ୮ ଜଣ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଗାଁର କୂଅ ପାଣିରୁ ଜଣ୍ଡିସ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ କହିବା ପରେ କୂଅକୁ ବାରଣ କରାଯାଇଥିଲା ।

sgdfgsfgdd

କନକ ବ୍ୟୁରୋ : ମୟୂରଭଞ୍ଜ  ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍ । ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି । ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍ । ପ୍ରଥମେ ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତ ପରିଛିପୁର ଗାଁରେ ୮ ଜଣ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ଗାଁର କୂଅ ପାଣିରୁ ଜଣ୍ଡିସ ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ କହିବା ପରେ କୂଅକୁ ବାରଣ କରାଯାଇଥିଲା । ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ବଢ଼ି ୧୯ରେ ପହଞ୍ଚିଲାଣି । ଏବେ ପାଖ ଗାଁ କ୍ଷୀରପଦାକୁ ମାଡ଼ିଲାଣି ଜଣ୍ଡିସ । ସେଠାରେ ପିଲାଠାରୁ ବୟସ୍କ ସମସ୍ତେ ଜଣ୍ଡିସ କବଳରେ ରହିଥିବା ବେଳେ ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe