ଯାଜପୁର ଜିଲ୍ଲାରେ ଡାଇରିଆ ଡର ଭିତରେ ଜଣ୍ଡିସ ନେଲା ଜୀବନ : ୬୦ରୁ ଅଧିକ ଜଣ୍ଡିସ୍‌ ଆକ୍ରାନ୍ତ

Advertisment

ଯାଜପୁରରେ ଡାଇରିଆ ଭୟ ସମ୍ପୂର୍ଣ୍ଣ ଯାଇନି।  ଡରାଇଲାଣି ଜଣ୍ଡିସ୍‌ । ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଞ୍ଚାୟତ ପାଳସାହିରେ ଜଣ୍ଡିସରେ ଜଣେ ମୃତ ।

ଯାଜପୁରରେ ଡାଇରିଆ ଭୟ ସମ୍ପୂର୍ଣ୍ଣ ଯାଇନି।  ଡରାଇଲାଣି ଜଣ୍ଡିସ୍‌ । ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଞ୍ଚାୟତ ପାଳସାହିରେ ଜଣ୍ଡିସରେ ଜଣେ ମୃତ ।

jundis

Photograph: (kanaknews)

କନକବ୍ୟୁରୋ : ଯାଜପୁରରେ ଡାଇରିଆ ଭୟ ସମ୍ପୂର୍ଣ୍ଣ ଯାଇନି।  ଡରାଇଲାଣି ଜଣ୍ଡିସ୍‌ । ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଞ୍ଚାୟତ ପାଳସାହିରେ ଜଣ୍ଡିସରେ ଜଣେ ମୃତ । ଗାଁର ଭୀମସେନ ମଲ୍ଲିକଙ୍କ ୧୨ ବର୍ଷର ଝିଅ ତୁଳସୀ ମଲ୍ଲିକ ଜଣ୍ଡିସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତୁଳସୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ  । 

ସେଠାରେ ତାଙ୍କୁ ଜଣ୍ଡିସ ହୋଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ଓ  ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏବେ ବି ପାଳସାହି ଗାଁରେ ୬୦ରୁ ଅଧିକ ଜଣ୍ଡିସ୍‌ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe