କନକବ୍ୟୁରୋ : ଯାଜପୁରରେ ଡାଇରିଆ ଭୟ ସମ୍ପୂର୍ଣ୍ଣ ଯାଇନି। ଡରାଇଲାଣି ଜଣ୍ଡିସ୍ । ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଞ୍ଚାୟତ ପାଳସାହିରେ ଜଣ୍ଡିସରେ ଜଣେ ମୃତ । ଗାଁର ଭୀମସେନ ମଲ୍ଲିକଙ୍କ ୧୨ ବର୍ଷର ଝିଅ ତୁଳସୀ ମଲ୍ଲିକ ଜଣ୍ଡିସ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତୁଳସୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ସେଠାରେ ତାଙ୍କୁ ଜଣ୍ଡିସ ହୋଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏବେ ବି ପାଳସାହି ଗାଁରେ ୬୦ରୁ ଅଧିକ ଜଣ୍ଡିସ୍ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/06/24/jundis-2025-06-24-18-31-05.jpg)