କେନ୍ଦୁଝରରେ ଓଲଟିଲା ଯାତ୍ରା ଗାଡି । ରାଜନନ୍ଦିନୀ ଅପେରାର ୪ କଳାକାର ଗୁରୁତର ।

Advertisment

ଚିକିତ୍ସା ପାଇଁ କରଞ୍ଜିଆ ଡାକ୍ତରଖାନାରେ ଆହତ ଭର୍ତ୍ତି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ରାସ୍ତାରେ ପ୍ରାୟ ୫୦ ଫୁଟ୍ ଦୂରକୁ ଘୋଷାଡି ହୋଇଥିଲା ଗାଡି ।

ଚିକିତ୍ସା ପାଇଁ କରଞ୍ଜିଆ ଡାକ୍ତରଖାନାରେ ଆହତ ଭର୍ତ୍ତି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ରାସ୍ତାରେ ପ୍ରାୟ ୫୦ ଫୁଟ୍ ଦୂରକୁ ଘୋଷାଡି ହୋଇଥିଲା ଗାଡି ।

vlcsnap-2024-11-17-22h52m08s081

କନକ ବ୍ୟୁରୋ: କେନ୍ଦୁଝର ପାଟଣାରେ ଓଲଟିଲା ଯାତ୍ରା ଗାଡି । ରାଜନନ୍ଦିନୀ ଅପେରା ପାର୍ଟିର ଗାଡି ଓଲଟିବା ଫଳରେ ୪ ଜଣ କଳାକାର ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ପାଟଣାର ଗୋରାସ ଗ୍ରାମରେ ଯାତ୍ରା କରୁଥିବା ରାଜନନ୍ଦିନୀ ଅପେରାର ୪ ଜଣ କଳାକାର କାରରେ ମାଛଗଡ ଆଡକୁ ଯାଉଥିଲେ । ଗୋରାସ ଛକ ନିକଟରେ ହିଁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତାରେ ପ୍ରାୟ ୫୦ ଫୁଟ୍ ଦୂରକୁ ଘୋଷାଡି ହୋଇଥିଲା ଗାଡି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe