କନକ ବ୍ୟୁରୋ : ଯାତ୍ରା ପାର୍ଟିରେ କାମ କରିପାରିବେ ନାହିଁ ନରି ପଣ୍ଡା । କଳାକାର ମହାସଂଘକୁ ଶକ୍ତ ଚାପୁଡ଼ା । ଯାତ୍ରା ମାଲିକ ସଂଘ ନେଲା ବଡ ନିଷ୍ପତ୍ତି । ଆସନ୍ତା ସିଜିନରୁ ଯାତ୍ରାରେ କାମ କରିପାରିବେ ନାହିଁ ନରି ପଣ୍ଡା ।
ଯାତ୍ରାରୁ ଆଉଟ୍ ନରି ପଣ୍ଡା । ଏହି ହାସ୍ୟ କଳାକାର ଆଉ ହସାଇ ପାରିବେ ନାହିଁ । ପୋଲିସ ନ୍ୟାୟ ନ ଦେଲେ ମୁହଁରେ ରଙ୍ଗ ମାଖିବି ନାହିଁ ବୋଲି ଦାବି କରୁଥିବା ନରିଙ୍କ ମୁହଁରୁ ରଙ୍ଗ ଛଡ଼ାଇ ଦେଇଛି ଯାତ୍ରା ମାଲିକ ମହାସଂଘ । ଏକାଠି ହୋଇ ମାଲିକ ସଂଘ ନିଷ୍ପତ୍ତି ନେଇଛି କି ନରି ପଣ୍ଡାଙ୍କୁ ସବୁ ଦିନ ଯାତ୍ରା ପାର୍ଟି ବନ୍ଦ । ଯାତ୍ରା ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓ ନରି ପଣ୍ଡାଙ୍କ ଭିତରେ ବିବାଦ ହୋଇଥିଲା । ମାମଲା ଏବେ ପୋଲିସ ପାଖରେ ରହିଛି । କଳାକାର ସଂଘ ମାଲିକ ମହାସଂଘକୁ ଲେଟର ଲେଖିବା ପରେ ଏଭଳି ନିଷ୍ପତ୍ତି ନେଉଛି ମାଲିକ ମହସଂଘ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/04/1G3AdFEZjLL5OrhNAC0O.jpg)