ପୁଣି ଥରେ ଫେଲ୍ ମାରିଲା ଟପ୍ ଅର୍ଡର୍ । ଜୟସ୍ୱାଲ, ପଡ଼ିକଲ ଜିରୋରେ ଆଉଟ ।

ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍‌ । ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳରେ ପଡିଲା ୧୭ ୱିକେଟ । ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନ । ଭାରତ ଇନିଂସ ୧୫୦ ରନରେ ସୀମିତ । 

ଅଦ୍ୟତନ ହୋଇଛି
vlcsnap-2024-11-22-21h14m55s792

କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବର୍ଡର ଗଭାସ୍କର ଟ୍ରଫି । ପର୍ଥରେ ଖେଳା ଯାଇଛି ସିରିଜ୍ର ପ୍ରଥମ ମ୍ୟାଚ। ଟସ୍ ଜିତି ବୁମରାହ ବ୍ୟାଟିଂର ନିଷ୍ପତି ନେଇଥିଲେ । ଭାରତୀୟ ସମୟ ୮ ଟା ରେ ଖେଳ ଆରମ୍ଭ ହୋଇଥିଲା କିନ୍ତୁ ଭାରତୀୟ ସମୟ ୯.୩୦ ମଧ୍ୟ ରେ ଖେଳ ବଦଳେଇ ଦେଇଥିଲେ ଅଷ୍ଟ୍ରଲିଆର ପେସର । ଭାରତୀୟ ଟପ୍ ଅର୍ଡର୍ କ୍ରିଜ ରେ ଅଧିକ ସମୟ ରହିବାକୁ ଦେଲନଥିଲେ ଅଷ୍ଟ୍ରେଲିଆ ପେସର୍ । ଗୋଟେ ପଟେ ଭାରତ ର ୱିକେଟ୍ ଯାଉଥାଏ ଅନ୍ୟପଟେ ପ୍ରଶଂସକମାନରେ ଆଶଙ୍କା ଥାଏ ଟିମ ଇଣ୍ଡିଆ ୧୦୦ ରନ କରିପାରିବ ନାହିଁ । ସବୁ ଆଶଙ୍କାକୁ ପଛରେ ପକାଇ ପନ୍ଥ, ରାହୁଲ ଓ ନୀତିଶ ରେଡ୍ଡୀଙ୍କ ବଳରେ ଭାରତ ସମ୍ମାନଜନକ ସ୍କୋରରେ ପହଞ୍ଚିଲା
 
କୋହଲି, ଯୁରେଲ ମଧ୍ୟ ଫେଲ ମାରିଲେ 
୬ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିଲେନି 

ଦିନରେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିବା ଟିମ ଇଣ୍ଡିଆ ସଂଧ୍ୟାରେ ଖୁସି ଦେଇଥିଲା । ଖେଳ ଆରମ୍ଭରେ ଦମ ଦେଖାଇଲେ ଭାରତୀୟ ପେସର । ଅଧିନାୟକ ବୁମରାହ, ସିରାଜ, ହର୍ଷିତ ୩ ଫାଷ୍ଟ ବୋଲର ୱିକେଟ୍ ନେଇଥିଲେ । ବୁମରାହ ୪ ଟି ୱିକେଟ୍, ସିରାଜ ୨, ହର୍ଷିତ ୧ ୱିକେଟ ନେଇଥିଲେ । ଅଧିନାୟକ ବୁମରାହ କଙ୍ଗାରୁ ଦଳକୁ ଅଡ଼ୁଆରେ ପକାଇଥିଲେ । ସୁଇଙ୍ଗ ସହ ପେସ ବୁଝିବାରେ ଅଷ୍ଟ୍ରଲିଆ ବ୍ୟାଟର ଅସମର୍ଥ ହେବା ପରେ ସ୍ଥିତି ଏବେ ଭାରତ ସପକ୍ଷରେ ରହିଛି ।

ଅଷ୍ଟ୍ରେଲିଆ ୬୭-୭ ୱିକେଟ୍ ହରେଇଛି , ୮୩ ରନ ପଛ ରେ ଅଛି, ଭାରତ ଚାହିଁବ ବାକି ୩ଟିଯାକ ୱିକେଟ୍ କାଲି ଖେଳ ଆରମ୍ଭରେ ୧୦-୧ ୫ଓଭର ଭିତରେ ନେବାକୁ ଚେଷ୍ଟା କରିବ । ଲାଗୁଚି ପର୍ଥ ଟେଷ୍ଟ ବର୍ତ୍ତମାନ୍ ଭାରତ ହାତରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe