ମୁମ୍ୱାଇକୁ ଫେରିଲେ ଯଶପ୍ରିତ ବୁମରା: ଆରସିବି ବିପକ୍ଷରେ କାଲି କରିପାରନ୍ତି କମବ୍ୟାକ୍

ମୁମ୍ବାଇ ପାଇଁ ଖୁସି ଖବର । ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରାହ । ସେ ମୁମ୍ୱାଇ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ଏହାର ସୂଚନା ଦେଇ ସୋସିଆଲମିଡିଆରେ ଭିଡିଓ ପୋଷ୍ଟ କରିଛି ।

ଅଦ୍ୟତନ ହୋଇଛି
afafasadsa

bumrah Photograph: (Kanak News )

କନକ ବ୍ୟୁରୋ: ମୁମ୍ବାଇ ପାଇଁ ଖୁସି ଖବର । ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା । ସେ ମୁମ୍ୱାଇ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ଏହାର ସୂଚନା ଦେଇ ସୋସିଆଲମିଡିଆରେ ଭିଡିଓ ପୋଷ୍ଟ କରିଛି । ବୁମରାହଙ୍କୁ ବିସିସିଆଇର ମେଡିକାଲ ଟିମ୍ ମଞ୍ଜୁରୀ ଦେବା ପରେ ସେ ଟିମରେ ସାମିଲ ହୋଇଛନ୍ତି । ଆହତ କାରଣ ଯୋଗୁଁ ସେ ଆଇପିଏଲ ୪ଟି ମ୍ୟାଚ ଖେଳିପାରିନଥିଲେ । 

ଯଶପ୍ରିତ ବୁମରା ବାଙ୍ଗାଲୋର ବିପକ୍ଷରେ କାଲି ମୈଦାନକୁ ଓହ୍ଲାଇପାରନ୍ତି । ସୂଚନା ଅନୁସାରେ ବୁମରା କାଲି ଏକ ଅଭ୍ୟାସ ମ୍ୟାଚ ଖେଳିଥିଲେ ବୁମରାହ, ଆଝି ଆଉ ଏକ ମ୍ୟାଚ ଖେଳିବେ । ଯଦି ସବୁକିଛି ଠିକ ରହିଲା ତେବେ ଫ୍ୟାନ୍ସ ତାଙ୍କୁ ଆରସିବି ବିପକ୍ଷରେ ଦେଖିବାକୁ ପାଇବେ । ନଚେତ ସେ ୧୩ ଏପ୍ରିଲ ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବେ । 

ଯଶପ୍ରିତ ବମରାଙ୍କ ଅନୁପସ୍ଥିତି ଦଳରେ ଦେଖିବାକୁ ମିଳିଥିଲା । ତାଙ୍କ ଅନୁପସ୍ଥିତିରେ ଦଳ ଦୁଇ ଯୁବ ବୋଲର ସତ୍ୟନାରାୟଣ ରାଜୁ ଓ  ଅଶ୍ୱନୀ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଥିଲା । ମୁମ୍ୱାଇ ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ ଖେଳି କିଛି ଭଲ ପ୍ରଦର୍ଶନ କରିପାରିନାହିଁ । ଦଳ ଗୋଟିଏ ମ୍ୟାଚରେ ଜିତିଥିବାବେଳେ ୩ଟିରେ ପରାଜିତ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe