କନକ ବ୍ୟୁରୋ: ମୁମ୍ବାଇ ପାଇଁ ଖୁସି ଖବର । ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା । ସେ ମୁମ୍ୱାଇ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ଏହାର ସୂଚନା ଦେଇ ସୋସିଆଲମିଡିଆରେ ଭିଡିଓ ପୋଷ୍ଟ କରିଛି । ବୁମରାହଙ୍କୁ ବିସିସିଆଇର ମେଡିକାଲ ଟିମ୍ ମଞ୍ଜୁରୀ ଦେବା ପରେ ସେ ଟିମରେ ସାମିଲ ହୋଇଛନ୍ତି । ଆହତ କାରଣ ଯୋଗୁଁ ସେ ଆଇପିଏଲ ୪ଟି ମ୍ୟାଚ ଖେଳିପାରିନଥିଲେ ।
ଯଶପ୍ରିତ ବୁମରା ବାଙ୍ଗାଲୋର ବିପକ୍ଷରେ କାଲି ମୈଦାନକୁ ଓହ୍ଲାଇପାରନ୍ତି । ସୂଚନା ଅନୁସାରେ ବୁମରା କାଲି ଏକ ଅଭ୍ୟାସ ମ୍ୟାଚ ଖେଳିଥିଲେ ବୁମରାହ, ଆଝି ଆଉ ଏକ ମ୍ୟାଚ ଖେଳିବେ । ଯଦି ସବୁକିଛି ଠିକ ରହିଲା ତେବେ ଫ୍ୟାନ୍ସ ତାଙ୍କୁ ଆରସିବି ବିପକ୍ଷରେ ଦେଖିବାକୁ ପାଇବେ । ନଚେତ ସେ ୧୩ ଏପ୍ରିଲ ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବେ ।
ଯଶପ୍ରିତ ବମରାଙ୍କ ଅନୁପସ୍ଥିତି ଦଳରେ ଦେଖିବାକୁ ମିଳିଥିଲା । ତାଙ୍କ ଅନୁପସ୍ଥିତିରେ ଦଳ ଦୁଇ ଯୁବ ବୋଲର ସତ୍ୟନାରାୟଣ ରାଜୁ ଓ ଅଶ୍ୱନୀ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଥିଲା । ମୁମ୍ୱାଇ ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ ଖେଳି କିଛି ଭଲ ପ୍ରଦର୍ଶନ କରିପାରିନାହିଁ । ଦଳ ଗୋଟିଏ ମ୍ୟାଚରେ ଜିତିଥିବାବେଳେ ୩ଟିରେ ପରାଜିତ ହୋଇଥିଲା ।