କନକ ବ୍ୟୁରୋ: ଶିବଭକ୍ତ ପାଲଟିଲେ ଜାପାନର କୋଟିପତି ବ୍ୟବସାୟୀ । ଟୋକିଓର ୪୧ ବର୍ଷୀୟ ବ୍ୟବସାୟୀ ହୋଶି ତାକାୟୁକି ନିଜର କୋଟିକୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟକୁ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବା ସହିତ ଶିବଭକ୍ତ ପାଲଟି ଯାଇଛନ୍ତି । ବର୍ତ୍ତମାନ ବାଲା କୁମ୍ଭ ଗୁରୁମୁନି ନାମରେ ସେ ପରିଚିତ, ସେ ଉତ୍ତରାଖଣ୍ଡରେ କାଉଡ଼ିଆ ଯାତ୍ରାରେ ଖାଲି ପାଦରେ ଚାଲି ଗଙ୍ଗାଜଳ ନେଇ ଶିବଙ୍କୁ ଅର୍ପଣ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି, ୨୦ ବର୍ଷ ପୂର୍ବେ ସେ ତାମିଲନାଡୁରେ ପହଞ୍ଚିଥିଲେ । ସେଠାରେ ଜଣେ ବାବା ତାଙ୍କ ଜୀବନ ବଦଳାଇ ଦେଇଥିଲା । ସେ ଟୋକିଓରେ ନିଜ ଘରକୁ ଶିବ ମନ୍ଦିରରେ ପରିଣତ କରିଛନ୍ତି ଓ ପୁଡୁଚେରୀରେ ୩୫ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଯୋଜନା କରୁଛନ୍ତି । 

Advertisment

ହୋଶି ତାକାୟୁକି, ୪୧ ବର୍ଷୀୟ ଜାପାନ ବ୍ୟବସାୟୀ
ଟୋକିଓରେ ୧୫ଟି ବିଳାସପୂର୍ଣ୍ଣ ଉତ୍ପାଦ ଷ୍ଟୋର୍ ମାଲିକ ଥିଲେ  
୨୦ ବର୍ଷ ପୂର୍ବେ ତାମିଲନାଡୁ ଆସିଥିବା ବେଳେ ହିନ୍ଦୁଧର୍ମ ସଂସ୍ପର୍ଶରେ ଆସିଥିଲେ
ତାଙ୍କୁ ହିନ୍ଦୁ ଧର୍ମ ଓ ଭଗବାନ ଶିବ ଆକର୍ଷିତ କରିଥିଲେ  
ସେ ବର୍ତ୍ତମାନ ବାଲା କୁମ୍ଭ ଗୁରୁମୁନି ନାମରେ ପରିଚିତ
ଗେରୁଆ ବସ୍ତ୍ର ପରିଧାନ କରି ଆଧ୍ୟାତ୍ମିକ ଜୀବନଯାପନ କରୁଛନ୍ତି
୨୦ ଜଣ ଜାପାନୀ ଶିଷ୍ୟଙ୍କ ସହ ଉତ୍ତରାଖଣ୍ଡରେ କାଉଡ଼ିଆ ଯାତ୍ରା କରିଛନ୍ତି
ଟୋକିଓରେ ଥିବା ନିଜ ଘରକୁ ଶିବ ମନ୍ଦିରରେ ପରିଣତ କରିଛନ୍ତି
ଭାରତରେ ଏକ ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରୟାସ ଚଳାଇଛନ୍ତି 
ପୁଡୁଚେରୀରେ ୩୫ ଏକର ଜମିରେ ଶିବ ମନ୍ଦିର ନିର୍ମାଣ ଯୋଜନା
ଉତ୍ତରାଖଣ୍ଡରେ ଆଶ୍ରମ ନିର୍ମାଣ ଯୋଜନା   
ଡେରାଡୁନରେ ଦୁଇ ଦିନିଆ ଭୋଜନ ଶିବିର ଆୟୋଜନ