କନକ ବ୍ୟୁରୋ : ସାରା ଦୁନିଆକୁ ଦୋହଲାଇ ଦେଇଛି ମିଆଁମାର ଭୂମିକମ୍ପ । ୧୨ମିନିଟରେ ଦୁଇ ଦୁଇ ଥର ଭୂମିକମ୍ପ ଦେଶକୁ ଛାରଖାର କରିଛି । ତେବେ ସେଭଳି କିଛି ଝଟକା ଭାରତକୁ ମଧ୍ୟ ଲାଗିପାରେ । ଏନେଇ ସତର୍କ କରାଇଛନ୍ତି ଆଇଆଇଟି କାନପୁର ବୈଜ୍ଞାନିକ । ସେପଟେ ଜାପାନରେ ହୋଇପାରେ ମେଗା ଆର୍ଥକ୍ବାର୍କ ବା ଅତ୍ୟନ୍ତ ଭୟଙ୍କର ଭୂମିକମ୍ପ । ଯେଉଁଥିରେ ଥରକେ ଯାଇପାରେ ୩ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ।
ଏହି ଆକଳନ କରିଛନ୍ତି ଆଇଆଇଟି କାନପୁର ବୈଜ୍ଞାନିକ । ଆଇଆଇଟି କାନପୁରର ଆର୍ଥ ସାଇନସ ବିଭାଗର ପ୍ରଫେସର ଜାଭେଦ ମଲିକ କହିଛନ୍ତିଟ୍ଟ
ମିଆଁମାର ପରି ଭାରତକୁ ଲାଗିବ ‘ଭୂକମ୍ପ’ ଝଟକା
-ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପର ମୁଖ୍ୟ କାରଣ ହେଉଛି ସାଗାଇଙ୍ଗ ଫଲ୍ଟ
-ସାଗାଇଙ୍ଗ ଫଲ୍ଟ ବହୁତ ବିପଦପୂର୍ଣ୍ଣ
-ଭାରତର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଗଙ୍ଗା-ବଙ୍ଗ ଫଲ୍ଟ ଅଛି
-ଏହି ଫଲ୍ଟ ସକ୍ରିୟ ହେବା ଯୋଗୁଁ ଅନ୍ୟ ଏକ ଫଲ୍ଟ ମଧ୍ୟ ସକ୍ରିୟ ହୋଇପାରେ
-ଯାହା ଭାରତରେ ଏକ ଭୟଙ୍କର ଭୂମିକମ୍ପ ସୃଷ୍ଟି କରିପାରେ
-ହିମାଳୟରେ ଅନେକ ସକ୍ରିୟ ଫଲ୍ଟ ରେଖା ଅଛି
-ଭାରତର ଉତ୍ତର-ପୂର୍ବ ଅଞ୍ଚଳ ଏବଂ କଶ୍ମୀର ଜୋନ୍-୫ ଏହା ଭିତରେ ଆସୁଛି
ସେପଟେ ଚିନ୍ତା ବଢ଼ାଇଛି ଜାପାନର ବିଶେଷଜ୍ଞଙ୍କ ନୂଆ ଆକଳନ । ୨୦୧୧ ପରି ପୁଣି ଦେଶକୁ ଲାଗିପାରେ ଭୟଙ୍କର ଭୂକମ୍ପ ଝଟକା । ବିଶେଷଜ୍ଞ ଆକଳନ କହୁଛି---
ଜାପାନକୁ ଲାଗିବ ପ୍ରଳୟଙ୍କାରୀ ଭୂକମ୍ପ ଝଟକା
-ଜାପାନରେ ମେଗାକ୍ୱାକ୍ ବା ପ୍ରଳୟଙ୍କରୀ ଓ ଭୟଙ୍କର ସୁନାମୀ ହୋଇପାରେ
-ଭୂକମ୍ପର ତୀବ୍ରତା ପାଖାପାଖି ୯.୧ରୁ ଅଧିକ ରହିପାରେ
-ଶୀତ ଋତୁରେ ହେବା ଆଶଙ୍କା ରହିଛି
-ଜାପାନର ଭୂକମ୍ପ ଜୋନ୍ ହେଉଛି ନାନକାଇ ଟ୍ରାକ୍
-ଏଠାରେ ଶହେରୁ ୨ଶହ ବର୍ଷ ଭିତରେ ଥରୁଟିଏ ବଡ଼ ଧରଣର ଭୂକମ୍ପ ଆସିଥାଏ
-ଯାହା ଫଳରେ ଥରକେ ୩ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ
-ଏଥିସହ ୨ ଟ୍ରିଲିୟନ୍ ଡଲାର କ୍ଷୟକ୍ଷତି ମଧ୍ୟ ସହିବ ଦେଶ
ଶେଷଥର ପାଇଁ ୨୦୨୪ରେ ୭.୧ ତ୍ରୀବତାର ଭୂମିକମ୍ପ ଝଟକାରେ ବଡଧରଣରର କ୍ଷତି ହୋଇଥିଲା । ଏହା ପୂର୍ବରୁ ୨୦୧୧ରେ ହୋଇଥିବା ଭୟଙ୍କର ଭୂକମ୍ପରେ ୧୫ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କ ଜୀବନ ଯିବା ସହ ଜାପାନ ସହିଥିଲା ବଡଧରଣର କ୍ଷତି ।