Photograph: (kanakNews)
କନକ ବ୍ୟୁରୋ :ସାନ ସିନା ଦାନ ତା ମହାନ । ନିଜର କିଡ୍ନୀ ଓ ଲିଭର ଦାନ କରି ଅମର ହୋଇଗଲେ ଭୁବନେଶ୍ବରର ଜନ୍ମେଶ ଲେଙ୍କା । ସ୍ବାସ୍ଥ୍ୟ ଖରାପ ଯୋଗୁ ବର୍ଷକର ଜନ୍ମେଶ ଲେଙ୍କାଙ୍କ ମୃତ୍ୟୁ ହୋଇଛି । ନିଜ ଘରର ଛୋଟ ଛୁଆଟିକୁ ହରାଇ ଧୌର୍ଯ୍ୟହରା ହୋଇ ପଡିଛି ପୁରା ପରିବାର ।
ଜନ୍ମେଶଙ୍କ ବାପା ଏମ୍ସରେ ଚାକିରି କରନ୍ତି । ପୁଅର ମୃତ୍ୟୁ ପରେ କିଡ୍ନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଛି । ସେହିପରି କିଡ୍ନୀ ଭୁବନେଶ୍ବର ଜଣେ ପିଲାଙ୍କ ଦେହରେ ଲାଗଛି । ମୃତ୍ୟୁ ପରେ ବି ଜନ୍ମେଶ ଅମର ହୋଇଗଲେ । ଜନ୍ମେଶଙ୍କ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି ।
Follow Us