ଜନଜାତୀୟ ଗୌରବ ଦିବସ; ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ । ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ । ଅପରାହ୍ଣରେ ରାଉରକେଲା ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

CM Mohan Majhi

CM Mohan Majhi Photograph: (Kanak News)

କନକ ବ୍ୟୁରୋ : ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଜାତୀୟ ଗୌରବ ଦିବସ ସମାରୋହ ସହ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଜାତୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୨ଟାରେ ସେକ୍ଟର ମେଲଣ ପଡିଆରେ ଜନଜାତୀୟ ଗୌରବ ଦିବସ ପାଳନ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜନ ଜାତୀୟ ଗୌରବ ଦିବସ ସମାରୋହ ଆୟୋଜନ କରାଯାଇଛି । ୧୫୦ ଅଫିସରଙ୍କ ସହ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ୱରେ ରହିବେ ।

ଗତକାଲି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଭୁବେନେଶ୍ୱର ପାର୍ଟି ଅଫିସରେ ସମ୍ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଥିଲେ ନୂଆ ସରକାରର ଏହା ପ୍ରଥମ ଉପନିର୍ବାଚନରେ ବିଜୟ । ଏ ବିଜୟ ନୂଆପଡ଼ାବାସୀଙ୍କର । ଆମେ ସତ୍ତା ପାଇଁ ନୁହେଁ ବରଂ ସେବା ପାଇଁ କାମ କରୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe