କନକ ବ୍ୟୁରୋ: ଜମତାରା ଗ୍ୟାଙ୍ଗ। ସାଇବର ଠକେଇର ବେତାଜ ବାଦଶାହା । କଲ ସେଣ୍ଟରରୁ କଲ କରି ନିମିଷକରେ ଖାଲି କରି ଦିଅନ୍ତି ବ୍ୟାଙ୍କ ଆକାଉଁଟ । ଏମାନଙ୍କୁ ବର୍ଷ ବର୍ଷ ଧରି ଖୋଜୁଛି ଓଡିଶା ପୁଲିସ । କିନ୍ତୁ ଜମତାରା ଗ୍ୟାଙ୍ଗର ସଦଶ୍ୟ କମିଶନରେଟ ପୁଲିସର ନାକ ତଳେ ଅପରେସନ ଚଳାଇଛନ୍ତି ଏକଥା ବିଶ୍ୱାଷ ନ ହେଥିଲେ ବି ସତ । ହଁ କୋକିଳା କାଞ୍ଚନ ଟାୱାର ଆପାର୍ଟମେଂଟର ଫ୍ଲାଟ ନମ୍ୱର ୨୦୫ କଥା କହୁଛୁ । ଚାରିଆଡେ ତାର ବିଛାଯାଇଛି, ପଡିଛି ମାଳ ମାଳ ଲାପଟପ୍, ବ୍ରାଣ୍ଡେଡ ଆଣ୍ଡ୍ରଏଡ୍ ସହ ଆଇ ଫୋନ୍ । ଇଲୋକ୍ଟ୍ରୋନିକ ଡିଭାଇସ୍ ସାହାଯ୍ୟରେ ଚାଲିଥିଲା ଅପରେସନ୍ । ଫୁଲ ଦମରେ ଏହି ଗ୍ୟାଙ୍ଗ ଜାଲ ବିଛାଉଥିଲା । ଫେକ୍ କଲ ଜରିଆରେ ଭୁବନେଶ୍ୱରରୁ ଯାଇ ଆମେରିକାରେ ପହଞ୍ଚିଥିଲା । ଆଜି କମିସନରେଟ ପୁଲିସ ଏହି ୬ ଜଣିଆ ପଶ୍ଚିମବଙ୍ଗ ମୁସଲମାନ ଗ୍ୟାଙ୍ଗର ସନ୍ଧାନ ପାଇଛି ।
ଏମାନଙ୍କ ସଂଖ୍ୟା ଦୁଇ ଅଙ୍କରୁ ଅଧିକ । ଯେଉଁ ୬ ଜଣ ଅଭିଯୁକ୍ତ ଏବେ ପୁଲିସ ଜିମାରେ ସେମାନଙ୍କ କହିବା କଥା ସେମାନେ ମିଛ କଲ ସେଣ୍ଟର ଜରିଆରେ ଲୋକଙ୍କୁ ଫୋନ କରୁଥିଲେ । ଶସ୍ତାରେ ରିଚାର୍ଜ, ବ୍ୟାଙ୍କ ଆକାଉଁଟ ଅପଡେଟ୍, ନ୍ୟୁଡକଲ ଜରିଆରେ ଟଙ୍କା ଆଦାୟ ଆଉ ଡିଜିଟାଲ ଆରେଷ୍ଟ କରି ଲୋକଙ୍କୁ ଭୁତାଇ କୋଟି କୋଟି ଟଙ୍କା ଲୁଟି ନେଉଥିଲେ ଏହି ସାଇବର ସୈତାନ । ଏବେ ଏହି ଫ୍ଲାଟକୁ ବାରମ୍ୱାର ଯିବା ଆସିବା କରୁଥିବା ସଞ୍ଜୟ ବାବଦରେ ତଥ୍ୟ ଏକାଠି କରୁଛି ପୁଲିସ । ଯିଏ ବାରମ୍ୱାର ଜିଓ କର୍ମଚାରୀର ପରିଚୟ ଦେଇ ସବୁଦିନ ଏହି ଫ୍ଲାଟକୁ ଯିବା ଆସିବା କରୁଥିଲା । ଏହି ଠକଙ୍କୁ ଗିରଫ ପରେ, ସଞ୍ଜୟ କୁଆଡେ ଗଲା ତାକୁ ନେଇ ସନ୍ଦେହ ପ୍ରଘଟ କରିଛି ପୁଲିସ।
ଏମାନଙ୍କ ଠାରୁ ବହୁ ଡିଜିଟାଲ ଡିଭାଇସ, ସିମକାର୍ଡ ସହ କଲ ସେଣ୍ଟରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି...
- କାହିଁକି ରାଜଧାନୀକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି ସାଇବର ସୈତାନ?
- ଭୁବନେଶ୍ୱରରୁ ଅପରେସନ୍ ବାବଦରେ କେମିତି ଜାଣି ପାରିଲାନି ସାଇବର ଥାନା ?
- କାହିଁକି ଗୁଇନ୍ଦା ବିଭାଗ ପାଖରେ ଏନେଇ ତଥ୍ୟ ନଥିଲା?
ସାଇବର ଠକଙ୍କ ଗଡ ଫାଦର କିଏ, ଏମାନଙ୍କୁ ଏଠାରେ କିଏ ଥଇଥାନ କରିଥିଲା ସେନେଇ ଖୋଳତାଡ ହେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/16/m3GnO9yVzF3cRha1JGnB.jpg)