କନକ ବ୍ୟୁରୋ : ଜାମ୍ମୁର ଏକ ରେଳ ଷ୍ଟେସନ ଆଇଇଡି ବ୍ଲାଷ୍ଟର ଧମକ ମିଳିଛି । ଏହି ଧମକ ଗୋଟିଏ ପାରର ଗୋଡ଼ରେ ବନ୍ଧା ହୋଇଥିବା ଚିଠିରେ ଲେଖା ହୋଇଥିଲା । ଏହି ପାରାଟିକୁ ଗତକାଲି ଭାରତ-ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରୁ ଧରାଯାଇଛି । ଧମକ ମିଳିବା ପରେ ଜାମ୍ମୁ ଡିଭିଜନର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବିଏସଏଫ୍ର ଜଣେ ଯବାନ ଜାମ୍ମୁଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଆରଏସ୍ ପୁରା ସେକ୍ଟରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏହି ପାରାଟିକୁ ଧରିଛନ୍ତି ।
ପାରର ଗୋଡ଼ରେ ଲାଗିଥିବା ଚିଠିରେ ଜାମ୍ମୁ ତୱି ରେଳ ଷ୍ଟେସନରେ ଆଇଇଡି ବ୍ଲାଷ୍ଟର ଧମକ ଉର୍ଦ୍ଦୁ ଏବଂ ଇଂରାଜୀ ଉଭୟ ଭାଷାରେ ଲେଖାଯାଇଥିଲା । ଉର୍ଦ୍ଦୁ ବାର୍ତ୍ତାରେ କୁହାଯାଇଥିଲା ଯେ କାଶ୍ମୀର ଆମର ଅଟେ, ଏବେ ସମୟ ଆସିଗଲା । ଶେଷରେ ଇଂରାଜୀରେ ଜାମ୍ମୁ ଷ୍ଟେସନରେ ଆଇଇଡି ବ୍ଲାଷ୍ଟ ବିଷୟରେ ଲେଖାଥିଲା । ଏହି ଧମକ ପରେ ଜାମ୍ମୁ ତୱି ରେଳ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/21/28-2025-08-21-15-13-28.jpg)