କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସକାଳୁ ସକାଳୁ ଗର୍ଜୁଛି ଗୁଳି, ଆରମ୍ଭ ହୋଇଛି ଏନକାଉଣ୍ଟର । ଆତଙ୍କୀ ଓ ସେନା ମଧ୍ୟରେ ଏନକାଉଣ୍ଟର ସହ  ପୂରା ଅଞ୍ଚଳକୁ ଘେରିଛି ସେନା । ସୋପିଆନରେ ପାଖାପାଖି ୪ରୁ ୫ଜଣ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏଠାରେ ସର୍ଚ୍ଚ ଅପରେସନ୍ ଚଳାଇଛି ସେନା । ସେନାର ଗୁଳିରେ ଜଣେ ଆତଙ୍କୀର ଜୀବନ ଯାଇଥିବା ଜଣାପଡିଛି।

Advertisment

ସୀମାରେ ଯୁଦ୍ଧ ବିରତି ଘୋଷଣା ପରେ ମୋଦୀ ’ଅପରେସନ୍ ସିନ୍ଦୂର’ ବାବଦରେ ସାରା ଦେଶକୁ ତଥ୍ୟ ଦେବା ସହ ସେନାର ପରାକ୍ରମ ନେଇ ପ୍ରଶଂସା କରିଥିଲେ । ଆତଙ୍କୀ ଓ ଆତଙ୍କବାଦୀ ସଙ୍ଗଠନକୁ ଚେତାବନୀ ଦେଇଥିଲେ। ଏତେ ସତ୍ତ୍ବେ ପାକିସ୍ତାନ ଭାରତ ସୀମା ଭିତରକୁ ଡ୍ରୋନ ପଠାଇଥିଲା । ଏପଟେ ଆଜି ବି ଜମ୍ମୁ-କାଶ୍ମୀର ସୋପିଆନରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।