କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ଗାନ୍ଦରବାଲ ଜିଲ୍ଲାର ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲ୍ଲନ ଠାରେ ସିନ୍ଧ୍ ନଦୀକୁ ଖସିପଡିଛି । ପ୍ରବଳ ବର୍ଷା କାରଣରୁ ଏଭଳି ଘଟିଥିବା ଜଣେ ଅଧିକାରୀ କହିଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଯବାନମାନଙ୍କୁ ଉଦ୍ଧାର କରୁଛନ୍ତି ।
ଗୋଟିଏ ପଟେ ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ପରେ ଯେଉଁ ଭିଡ଼ିଓ ଆସିଛି ସେଥିରେ ଦେଖିବାକୁ ମିଳିଛି ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/30/10-2025-07-30-11-53-41.jpg)