କନକ ବ୍ୟୁରୋ: ଆସୁଛି ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଜାମ୍ମୁକାଶ୍ମୀରରେ ଏନସି-କଂଗ୍ରେସ ମେଣ୍ଟ ସରକାର ଗଢୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଏନସି-କଂଗ୍ରେସ ମେଣ୍ଟ ସେଠାରେ ୪୮ ସିଟରେ ଆଗୁଆ ଥିବାବେଳେ, ବିଜେପି ସେଠାରେ ୨୮ଟି ସିଟ୍ ଆଗରେ ଥିବା ଦେଖିବାକୁ ମିଳୁଛି । ତେବେ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନରେ ଏଥର ମାଟି କାମୁଡିଛି ମେହବୁବା ମୁଫତିଙ୍କ ପିଡିପି । ମୁଫତିଙ୍କ ଦଳ ଏପର୍ୟ୍ୟନ୍ତ କେବଳ ୪ଟି ସିଟରେ ଆଗୁଆ ଥିବାବେଳେ, ଅନ୍ୟ ସମସ୍ତ ଆସନରେ ପଛୁଆ ଚାଲିଛି । ଜାମ୍ମୁକାଶ୍ମୀରର ୯ଟି ସିଟରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି ।
ତେବେ ଯଦି ବର୍ତ୍ତମାନ ଦେଖିବାକୁ ମିଳୁଥିବା ଟ୍ରେଣ୍ଡ ରେଜଲ୍ଟରେ ପରିବର୍ତ୍ତନ ହୁଏ, ତେବେ ଜାମ୍ମୁକାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଆଉ କଂଗ୍ରେସ ସରକାର ଦେଖିବାକୁ ମିଳିବ । ଯାହାକି ବିଜେପି ପାଇଁ ବଡ ଝଟକା ହେଇପାରେ । କାହିଁକି ନା, ୧୦ ବର୍ଷ ତଳେ ଯେତେବେଳେ ଜାମ୍ମୁକାଶ୍ମୀରରେ ସରକାର ଥିଲା, ସେତେବେଳେ ସେଠାରେ ପିଡିପି ଏବଂ ବିଜେପି ସରକାର ଥିଲା । ଆଉ ଏବେ ଏହି ରାଜ୍ୟରେ ଏନସି-କଂଗ୍ରେସ ମେଣ୍ଟ ଆଗୁଆ ରହିଛି ।
ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରର ୯୦ ଆସନରେ ୩ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ଆଉ ଦୀର୍ଘ ୧୦ ବର୍ଷ ପରେ ଭୋଟ୍ ଦେଇଥିଲେ ଜାମ୍ମୁକାଶ୍ମୀର ଭୋଟର । ଏଠାରେ ବିଜେପିକୁ ଟକ୍କର ଦେବାକୁ ଏକାଠି ହେଇ ମୈଦାନକୁ ଓହ୍ଲାଇଥିଲେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ।