କନକ ବ୍ୟୁରୋ : ବର୍ତ୍ତମାନ ସାରା ଦେଶରେ ବର୍ଷା ଜାରି ରହିଛି । କିନ୍ତୁ ପାହାଡ଼ିଆ ରାଜ୍ୟଗୁଡ଼ିକରେ ବର୍ଷା ଏକପ୍ରକାର ରୋଷ କରିଛି କହିଲେ କିଛି ଭୁଲ୍ ହେବନି । ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଶହ ଶହ ଲୋକ ନିଖୋଜ ଅଛନ୍ତି । ଏହି ଆକାଶମାର୍ଗର ବିପର୍ଯ୍ୟୟ ଅନେକ ଲୋକଙ୍କ ଘର ଉଜାଡ଼ି ଦେଇଛି ଏବଂ ସେମାନଙ୍କୁ ବେସାହାରା କରିଦେଇଛି । କାହାର ପୁଅ ଛଡ଼ାଇ ନେଇଛି ତ ଆଉ କାହାର ମାଆ ଛଡ଼ାଇ ନେଇଛି । ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସୁଦ୍ଧା ବର୍ଷା ଏବଂ ଭୂସ୍ଖଳନରେ ୫୪ ଜଣଙ୍କର ଜୀବନ ନେଇଛି । ଏଥିସହିତ, ଉତ୍ତରାଖଣ୍ଡରେ ଶୁକ୍ରବାର ଦିନ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳର ଚମ୍ବାରେ ୧୦ ଜଣଙ୍କର ଜୀବନ ଯାଇଛି ।
/filters:format(webp)/kanak/media/media_files/2025/08/30/rain-2-2025-08-30-13-02-03.jpg)
ଜମ୍ମୁ-କାଶ୍ମୀରରେ ଲାଗି ରହିଥିବା ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର କରିଦେଇଛି । ରାମବାଣ ଜିଲ୍ଲାର ରାଜଗଡ଼ ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି ଏବଂ ହଠାତ ଆସିଥିବା ବନ୍ୟାରେ ଅନେକ ଘର ଭୁଶୁଡ଼ି ଯାଇଛି । କିଛି ଘର ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଇଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେହିପରି ରିୟାସିର ମାହୋର ଅଞ୍ଚଳରେ ଭୂସ୍ଖଳନ ହେବାରୁ ବଡ଼ ଧରଣର କ୍ଷତି ଘଟିଛି, ଯେଉଁଠାରେ ପାହାଡ଼ରୁ ମାଟି ଅତଡ଼ା ଖସି ଏକ ଘର ଉପରେ ପଡ଼ିବାରୁ ସାତ ଜଣଙ୍କର ଜୀବନ ଚାଲିଯାଇଛି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
/filters:format(webp)/kanak/media/media_files/2025/08/30/news-44-2025-08-30-13-02-28.jpg)
ଜମ୍ମୁରେ ସୋମବାରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୫୪ ରେ ପହଞ୍ଚିଛି :
କାଟରାରେ ୩୪ ଜଣଙ୍କର ମୃତ୍ୟୁ
ରିୟାସିରେ ୭ ଜଣଙ୍କର ମୃତ୍ୟୁ
ରାମବାଣରେ ୩ ଜଣଙ୍କର ମୃତ୍ୟୁ
ଜମ୍ମୁରେ ୫ ଜଣଙ୍କର ମୃତ୍ୟୁ (ଯେଉଁଥିରେ ଜଣେ ସେନା ଯବାନ ଏବଂ ଜଣେ ବିଏସଏଫ୍ ଯବାନ ସାମିଲ୍)
ଡୋଡାରେ ୪ ଜଣଙ୍କର ମୃତ୍ୟୁ
କଠୁଆରେ ଜଣଙ୍କର ମୃତ୍ୟୁ
/filters:format(webp)/kanak/media/media_files/2025/08/30/news-46-2025-08-30-13-02-50.jpg)
ଉତ୍ତରାଖଣ୍ଡରେ ଶୁକ୍ରବାର ଭୋର ସମୟରେ ପ୍ରବଳ ବର୍ଷା ହେବା କାରଣରୁ ବାଦଲ ଫାଟିବା, ବନ୍ୟା ଏବଂ ଭୂସ୍ଖଳନ ଭଳି ଘଟଣା ଘଟିବା ଯୋଗୁ ୬ ଜଣଙ୍କର ମୃତ୍ୟୁ ହୋଇଛି, ଏଥିରେ ସ୍ୱାମୀ-ସ୍ତ୍ରୀ ମଧ୍ୟ ସାମିଲ୍ ଅଛନ୍ତି ଏବଂ ୧୧ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଥିବା ଲୋକଙ୍କ ସଂଖ୍ୟା ବଢ଼ିପାରେ । ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଅଧିକାରୀମାନେ ସୂଚନା ଦେଇ କହିଛନ୍ତି କି ଚମୌଲି, ରୁଦ୍ରପ୍ରୟାଗ, ଟିହରୀ ଏବଂ ବାଗେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି, ଯେଉଁଠାରେ ଅନେକ ଘର ଏବଂ ଗୃହପାଳିତ ପଶୁ ମାଟି ଅତଡ଼ା ତଳେ ଚାପି ହୋଇ ରହିଯାଇଛନ୍ତି, ଚାଷ ଜମି ନଷ୍ଟ ହୋଇଯାଇଛି ଏବଂ ଅନେକ ଗାଡ଼ି ମଧ୍ୟ ଭାସି ଯାଇଛି । ଏପରିକି ଅନେକ ଗାଁର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି ।
/filters:format(webp)/kanak/media/media_files/2025/08/30/rain-1-2025-08-30-13-03-18.jpg)
ନଦୀର ଜଳସ୍ତର ବଢ଼ିବା ପରେ ସତର୍କତା ଅବଲମ୍ବନ କରି ଉତ୍ତରାଖଣ୍ଡର ଧାରୀ ଦେବୀ ଅଞ୍ଚଳର ଦୋକାନ ଏବଂ ନଦୀ କୂଳରେ ଥିବା ୬ଟି ସ୍କୁଲକୁ ତୁରନ୍ତ ବନ୍ଦ କରିଦିଆଗଲା । ବର୍ତ୍ତମାନ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବାଗେଶ୍ୱର, ଚମୌଲି, ଡେରାଡୁନ ଏବଂ ରୁଦ୍ରପ୍ରୟାଗ ଜିଲ୍ଲାଗୁଡ଼ିକ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ‘ରେଡ୍ ଆଲର୍ଟ’ ଏବଂ ଚମ୍ପାୱତ, ହରିଦ୍ୱାର, ପିଥୌରାଗଡ଼, ଉଧମସିଂ ନଗର, ଉତ୍ତରକାଶୀ ଜିଲ୍ଲାଗୁଡ଼ିକ ପାଇଁ ବର୍ଷାର ‘ଅରେଞ୍ଜ ଆଲର୍ଟ’ ଜାରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/30/debbhumi-2025-08-30-13-04-09.jpg)