କନକ ବ୍ୟୁରୋ: ଜମ୍ମୁ-କଶ୍ମୀର କିସ୍ତୱାର ପରେ ଏବେ କାଠୁଆ ଜିଲ୍ଲାରେ କାଳ ହୋଇ ବର୍ଷିଛି ବାଦଲ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଏବଂ କଶ୍ମୀରର କଠୁଆ ଜିଲ୍ଲାର ଏକ ଦୁର୍ଗମ ଗାଁରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ରବିବାର ଦିନ ଅଧିକାରୀମାନେ କହିଛନ୍ତି   ।

Advertisment

ସୂଚନା ଅନୁସାରେ , କାଠୁଆର ସୋଫେନରେ ଥିବା ଗୁଜ୍ଜର କଲୋନୀ ଉପରେ ମାଟି ଅତଡ଼ା ଖସି ପଡ଼ିଛି । ଏଥିରେ ଚାରୋଟି ଘର ପୋତି ହୋଇଯାଇଛି । ରାସ୍ତାର ୮୦ ପ୍ରତିଶତ ଅଂଶ ବନ୍ୟାଜଳ‌ରେ  ଧୋଇ ହୋଇଯାଇଛି । ଏହି ଘଟଣା ରାତି ପ୍ରାୟ ୨ ରୁ ୩ ଟା ସମୟରେ ଘଟିଛି । ବାଦଲ ଫଟା ବର୍ଷା ଯୋଗୁ କାଠୁଆରେ ରେକର୍ଡ  ବର୍ଷା ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  କାଠୁଆ ଥାନା ଅଞ୍ଚଳର ବାଗର ଏବଂ ଚାଙ୍ଗଡା ଗ୍ରାମ ଏବଂ ଲଖନପୁର ଥାନା ଅଞ୍ଚଳର ଦିଲୱାନ-ହୁଟଲିରେ ମଧ୍ୟ ଭୂସ୍ଖଳନ ହୋଇଛି, କିନ୍ତୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ।