କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ବିଧାନସଭାରେ ଆଜି ବଜେଟ ଉପସ୍ଥାପିତ ହୋଇଛି । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଉମାର ଅବଦ୍ଦୁଲ୍ଲା ଅନେକ ମାଗଣା ଯୋଜନାର ଘୋଷଣା କରିଛନ୍ତି । ଏହି କ୍ରମରେ ଏବେଠାରୁ ଜାମ୍ମୁ-କାଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍ ସେବା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ୍ ବିଜୁଳି ମଧ୍ୟ ଦିଆଯିବ । ରାଜ୍ୟରେ ୧୫ ହଜାର ସରକାରୀ ସ୍କୁଲ ଖୋଲାଯିବ । ପ୍ରତି ଜିଲ୍ଲା ହସ୍ପିଟାଲରେ ସିଟି ସ୍କାନିଂ ବ୍ୟବସ୍ଥା କରାଯିବ । କେବଳ ସେତିକି ନୁହେଁ ମହିଳାମାନଙ୍କ ବିକାଶ ପାଇଁ ଲକ୍ଷପତି ଦିଦି ଯୋଜନା ଘୋଷଣା କରିଛନ୍ତି ଉମାର ଅବଦ୍ଦୁଲ୍ଲା । ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ସରକାର ୪୦ ହଜାର ଟଙ୍କା ପ୍ରଦାନ କରିବେ । ସେହିଭଳି ପୂର୍ବରୁ ଗରିବ ଶ୍ରେଣୀର ଝିଅମାନଙ୍କ ବାହାଘରରେ ସରକାର ମାତ୍ର ୫ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଏହି ରାଶିକୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଉମାର ସରକାର ।
ଜମ୍ମୁ-କାଶ୍ମୀର ବିଧାନସଭାରେ ବଜେଟ ପାରିତ । କେଜ୍ରିୱାଲଙ୍କ ରାସ୍ତାରେ ଓମାର
ଏହି କ୍ରମରେ ଏବେଠାରୁ ଜାମ୍ମୁ-କାଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍ ସେବା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ପ୍ରତି ପରିବାରକୁ ମାଗଣାରେ ୨୦୦ ୟୁନିଟ୍ ବିଜୁଳି ମଧ୍ୟ ଦିଆଯିବ । ରାଜ୍ୟରେ ୧୫ ହଜାର ସରକାରୀ ସ୍କୁଲ ଖୋଲାଯିବ । ପ୍ରତି ଜିଲ୍ଲା ହସ୍ପିଟାଲରେ ସିଟି ସ୍କାନିଂ ବ୍ୟବସ୍ଥା କରାଯିବ ।
/kanak/media/media_files/2025/03/07/JNu5BegXtwGFCFko5GeL.jpg)