କନକ ବ୍ୟୁରୋ: ୧୫ଦିନ ୧୯ଜଣଙ୍କୁ ଟାର୍ଗେଟ କିଲିଂ ପରେ ଚିନ୍ତାରେ ସରକାର । କିଭଳି ମୁକାବିଲ କରାଯିବ  ସେନେଇ ଆଜି ନୂଆ ସରକାର ଜରୁରୀ ବୈଠକ ଡକାଇଛନ୍ତି । ସେପଟେ ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି । ପ୍ରବାସୀ ଶ୍ରମିକ ଓ ନିରିହ ଲୋକଙ୍କ ବ୍ୟତିତତ ଆତଙ୍କୀ ଟାର୍ଗେଟରେ ରହିଛନ୍ତି ଭାରତୀୟ ସେନାର ଯବାନ । ଗୁରୁବାର ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିବାବେଳେ ସେନାରେ କାର୍ୟ୍ୟ କରୁଥିବା ଦୁଇଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁଇ ଯବାନ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏଲଓସି ନିକଟ ବୋଟାପଥର ଗୁଲମର୍ଗର ନାଗିନ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା । ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି । ତେବେ ସେନା ପକ୍ଷରୁ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି । ସୂତ୍ରରୁ ପ୍ରକାଶ ଯେ ଏହା ଅନୁପ୍ରବେଶ ପାଇଁ ଏକ ପ୍ରୟାସ ହୋଇପାରେ । ଏହି ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି ।