କନକବ୍ୟୁରୋ : ଘାଟିରେ ଆତଙ୍କୀ ଆକ୍ରମଣ ଆଶଙ୍କା  , ଆଜି ଦ୍ବିତୀୟ ଦିନରେ ଜାରି ରହିଛି କଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ । ଗତକାଲିଠୁ ଲଗାତାର ଛାନଭିନ କରୁଛି ଭାରତୀୟ ସେନା   । 

Advertisment

ସୋମବାର ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ଯବାନଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ।  ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ପରେ ପାଟଲା ଆକ୍ରମଣରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା  ।  ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି    ।

ଅଧିକ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଜମ୍ମୁ-କଶ୍ମୀରର ଅଖନୋରଠ‌ାରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ଯବାନମାନେ ଟ୍ୟାଙ୍କ ଧରି  ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି ।

୩୨ ଫିଲ୍ଡ ରେଜିମେଂଟ ସମ୍ପୂର୍ଣ୍ଣ ଅଂଚଳକୁ ଘେରାବନ୍ଦୀ କରିଛି ସେନା  । ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ଏବଂ ଅକ୍ଟୋବର ୨୪ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରି ଦୁଇ ଜଣ ସୈନିକଙ୍କ ସମେତ ସମୁଦାୟ ୪ ଜଣଙ୍କୁ ହତ୍ୟା କରିଥିଲେ ।