କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ କମୁନି ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ଭୋରୁ କିସ୍ତୱାଡା ଅଂଚଳରେ ବଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଦୁଇଜଣ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କରିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଦେଖାଦେଇଛି । ତେବେ ହତ୍ୟାର ଶିକାର ହୋଇଥିବା ଜଣେ ଗ୍ରାମରକ୍ଷୀ କାଶ୍ମୀର ପଣ୍ଡିତ ଥିବା ବୋଲି ଜଣାପଡିଛି । ପୁଲିସକୁ ଖବର ଦେଉଥିବା ଜାଣିବା ପରେ ଆତଙ୍କବାଦୀ ଏମାନଙ୍କୁ ହତ୍ୟା କରିଥିବା କୁହାଯାଇଛି । ତେବେ ଗାଁ ନିକଟରେ ଥିବା ଘଞ୍ଚ ଜଙ୍ଗଲରେ କିଛି ଆତଙ୍କୀ ଲୁଚି ରହିଥିବା ସହେନ୍ଦହରେ ସର୍ଚ୍ଚ ଅପରେସନ ଚାଲିଛି । ସେନା ଓ ଜମ୍ମୁକାଶ୍ମୀର ପୁଲିସର ମିଳିତ ଟିମ ବଡ ଧରଣଣ ସର୍ଚ୍ଚ ଅପରେସନ କରୁଛନ୍ତି ।