ସେନା କ୍ୟାମ୍ପରେ ଆତଙ୍କୀ ହମଲା । ସର୍ଚ୍ଚ ଅପରେସନ୍ ଜାରି, ପାକିସ୍ତାନୀ ଡ୍ରୋନ୍ ଖସାଇଲା ସେନା

ଜମ୍ମୁ-କାଶ୍ମୀର କଠୁୱାରେ ସେନା କ୍ୟାମ୍ପ ଉପରେ ଆକ୍ରମଣ । ବିଳମ୍ବିତ ରାତିରେ ସେନା କ୍ୟାମ୍ପରେ ପଶି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି ।

Terror attack

Terror attack Photograph: (KanakNews )

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର କଠୁୱାରେ ସେନା କ୍ୟାମ୍ପ ଉପରେ ଆକ୍ରମଣ । ବିଳମ୍ବିତ ରାତିରେ ସେନା କ୍ୟାମ୍ପରେ ପଶି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ କଡା ଜବାନ ଦିଆଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । 

ଆସନ୍ତାକାଲି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ ଆତଙ୍କୀ ହମଲା ଦେଖିବାକୁ ମିଳିଛି । ସାଧାରାଣତନ୍ତ୍ର ଦିବସ ପାଇଁ ଜମ୍ମୁ-କାଶ୍ମୀରରେ କଡା ଚେକିଂ, କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ବି ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିସୟ ପାଲଟିଛି । 

ଅନ୍ୟପଟେ ସର୍ଚ୍ଚ ଅପରେସନରେ ଗୋଟେ ହାତ ଗୋଳା, ଗୋଟିଏ ୟୁବିଜିଏଲ୍, ଗୋଟିଏ ଇଲେକ୍ଟ୍ରିକ୍ ଡିଟୋନେଟର୍, ଗୋଟିଏ ପିସ୍ତଲ, ଗୋଟେ ପିସ୍ତଲ ରାଉଣ୍ଡ, ଆଇଇଡି ଟ୍ରିଗରିଂ ଉପକରଣ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଛାନଭିନ୍ କରୁଥିବା ଏକ ପାକିସ୍ତାନୀ ଡ୍ରୋନକୁ ବି ଫାଏରିଂ କରି ଖସାଇଦେଇଛି ଭାରତୀୟ ସେନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe