କନକ ବ୍ୟୁରୋ: ଆଖି ଜୁଆଡେ ପଡୁଛି କେବଳ ତାଣ୍ଡବ ହିଁ ତାଣ୍ଡବ । ଶୁକ୍ରବାର ମଧ୍ୟରାତ୍ରରେ ପୁଣି ପ୍ରକୃତିର କରାଳରୂପ ଦେଖିଛି ରାମବନ । ବାଦଲଫଟା ବର୍ଷା କାରଣରୁ ୧୧ରୁ ଅଧିକଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ଜଣ ଥିବା ଥିଲେ । ସେପଟେ ବନ୍ୟାପାଣିରେ ଏକାଧିକ ଘର ଭାସିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।
ଘଟଣାସ୍ଥଳରେ ଆଇଟିବିପି, ଏନଡିଆରଏଫ ଓ ଭାରତୀୟ ସେନା ମିଳିତଭାବେ ଉଦ୍ଧାରକାମ ଜାରି ରଖିଛନ୍ତି । ମାଟି ଅତଡାତଳୁ ଚାଲିଛି ଜୀବନର ସନ୍ଧାନ । ଅନ୍ୟପଟେ ପାହାଡରୁ ପଥରଖଣ୍ଡ ପଡି ରାସ୍ତାକୁ ଅବରୋଧ କରିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି ।
ଗତ ୧୫ଦିନ ମଧ୍ୟରେ ଦ୍ବିତୀୟଥର ପାଇଁ ଜମ୍ମୁକାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଅଗଷ୍ଟ ୧୪ରେ କିସ୍ତୱାଡ ଓ ଅଗଷ୍ଟ ୩୦ରେ ରାମବନରେ ପ୍ରକୃତିର ତାଣ୍ଡବ କାରଣରୁ ଶତାଧିକ ଘର ଭାସିବା ସହ ଅନେକ ଏବେ ବି ନିଖୋଜ ଅଛନ୍ତି ।
ପ୍ରକୃତିର ତାଣ୍ଡବରେ କାନ୍ଦୁଛି ଜମ୍ମୁ-କାଶ୍ମୀର, ରାମବନରେ ବାଦଲଫଟା ବର୍ଷା,୧୧ରୁ ଅଧିକ ମୃତ
ରାମବନରେ ଭୟଙ୍କର ବାଦଲଫଟା ବର୍ଷା । ୧୧ରୁ ଅଧିକ ମୃତ, ୩୦ରୁ ଅଧିକ ନିଖୋଜ ।
/kanak/media/media_files/2025/08/30/jammu-2025-08-30-20-44-53.jpg)