କନକ ବ୍ୟୁରୋ: ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ, ପରେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି । ଏହା ପୂର୍ବରୁ ଅମିତ ଶାହା ଲଗାତାର କିଛି ଦିନ ଧରି ରାଜ୍ୟ ମାନ୍ୟତା ନେଇ ଆଲୋଚନା କରିଛନ୍ତି । ଏହା ସହିତ କାଲି ବସିବାକୁ ଥିବା ସଂସଦୀୟ ଦଳ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ସାଂସଦଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।
୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉଭୟ ଜମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସତ ଅଞ୍ଚଳର ମାନ୍ୟତା ଦେଇଥିଲେ । ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ଯଥାଶିଘ୍ର ରାଜ୍ୟ ମାନ୍ୟତା ଫେରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।