କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଆଗକୁ ଅଛି ବିଧାନସଭା ନିର୍ବାଚନ । ଅନେକ ବର୍ଷ ପରେ କାଶ୍ମିରରେ ଲୋକତନ୍ତ୍ର ଶାସନ ପରିବର୍ତ୍ତନର ନୂଆ ଆଶା ସଂଚାର କରିବ । ହେବାକୁ ଯାଉଥିବା ନିର୍ବାଚନକୁ ନେଇ ଜନତାଙ୍କ ମଧ୍ୟରେ ଅଛି ଭିନ୍ନ ଆଗ୍ରହ । ବିଜେପି ସରକାର କେନ୍ଦ୍ରରେ ଆସିବା ପରେ ଏହି ନିର୍ବାଚନର ମହତ୍ୱ ଉଭୟ ଜନତା ଓ ରାଜନୈତିକ ଦଳ ପାଇଁ ଖୁବ ଗୁରୁତ୍ୱପୁର୍ଣ୍ଣ ହୋଇପଡିଛି । 

Advertisment

ନିର୍ବାଚନ ପୁର୍ବରୁ ଜମ୍ମୁରେ ଜନତାଙ୍କ ମାନୋଭାବରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଆଗ ହେଉଥିବା ନିର୍ବାଚନ ସମୟରେ  ଜନତାଙ୍କ ମୁଖ୍ୟ ନଜର ରହୁଥିଲା କି କେନ୍ଦ୍ର ସରକାରଙ୍କ ସହ କେଉଁ ଆଞ୍ଚଳିକ ଦଳର ଉତ୍ତମ ସଂମ୍ପର୍କ ରହିଛି । ସେ ଅନୁସାରେ ଲୋକମାନେ ଦଳ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ପ୍ରଥମ ଥର ପାଇଁ ଜନତାଙ୍କ ଧ୍ୟାନ କେନ୍ଦ୍ର ଉପରେ ଯାଇନାହିଁ ଯାହାକି ଆଶ୍ଚର୍ଯ୍ୟର ବିଷୟ ପାଲଟିଛି ।  

କେନ୍ଦ୍ର ମଧ୍ୟ ଏଥର ଅଞ୍ଚଳିକ ଦଳ ସହ ହାତ ନ ମିଶାଇ ନିଜ ସ୍ଥାନ ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ୁଥିବାର ଜଣା ପଡ଼ୁଛି । ଜନତାଙ୍କ ଦାବି ଆଉ ଆଗପରି ଭଲ ସଡକ, ବିଜୁଳି ଓ ସ୍ୱାସ୍ଥ୍ୟ ସୁବିଧା ନ ହେଇ ନିଜ ଅଞ୍ଚଳର ସ୍ୱତନ୍ତ୍ର ଛବି ସୃଷ୍ଟି କରିବା ଦିଗରେ ମୁହାଁଇଲାଣି । ଏବେ ସମସ୍ତଙ୍କ ପାଇଁ ରାଜ୍ୟର ମାନ୍ୟତା ଯେପରି ସବୁଠାରୁ ବଡ ଆବଶ୍ୟକତା ହୋଇ ମୁଣ୍ଡ ଟେକିଲାଣି । ଏଣୁ ଯିଏ ଜନତାଙ୍କ ମନ ଲାଖି ବିଷୟକୁ ଧ୍ୟାନ ଦେବ ସେ ସମର୍ଥନ ଜୁଟାଇବାରେ ସଫଳ ହେବ । ଇତିି ମଧ୍ୟରେ ସ୍ଥାନୀୟ ଦଳ ଗୁଡିକର ଅବସ୍ଥା ଦୟନୀୟ ହେଇଥିବାର ଜଣା ପଡୁଛି । ଶେଷ ମୁହୁତ୍ୱର୍ରେ ଦଳୀୟ ନେତା ଦଳ ଛାଡୁଥିବାର ଦେଖାଯାଉଛି । 

ଜମ୍ମୁର ବଭିିନ୍ନ୍ ଦଳ ମାନଙ୍କ ମଧ୍ୟରେ ନ୍ୟାସନାଲ କନଫେରେନ୍ସ ନିଜ ଦଳର ଇସ୍ତାହାର ପତ୍ରର ନାମ ସ୍ୱତନ୍ତ୍ରତା ପରିଚୟ ଓ ପ୍ରଗତି ଆଧାରରେ ନାମକରଣ କରିଥିବା ବେଳେ ପିଡିପି ଦଳ ଫାଇନାଲ ରିଜ୍ୟୁଲସନ ନାମରେ ନାମିତ କରିଛି । ନିଜ ଅଞ୍ଚଳର ପ୍ରଗତି ଓ ସ୍ୱାଧୀନତା ପାଇଁ ନୂଆ ଦଳ ହେଲେ ମଧ୍ୟ କାଶ୍ମୀରବାସୀ ସେମାନଙ୍କୁ ସୁଯୋଗ ଦେବା ପାଇଁ ଏଥର ଇଚ୍ଛୁକ । ପୁରୁଣା ନୁହେଁ  ପରିବର୍ତ୍ତନକୁ ସୁଯୋଗ ଦେବା ପାଇଁ ଆଗ୍ରହୀ ଏବେର କାଶ୍ମୀରବାସୀ ।