କନକ ବ୍ୟୁରୋ : ନାସା ପକ୍ଷରୁ ଜାରି ହେଲା ଚିନ୍ତା ବଢାଇଲା ଭଳି ଚେତାବନୀ । ମାଡିଆସୁଥିବା ଉଲକାପିଣ୍ଡକୁ ନେଇ ଏପରି କିଛି ସୂଚନା ଦେଇଛି  ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା । ନାସାର  ଶକ୍ତିଶାଳୀ ଜେମ୍ସ ବେବ୍‌ ସ୍ପେସ୍‌ ଟେଲିସ୍କୋପ ନିକଟରେ  ଉଲକାପିଣ୍ଡ ୨୦୨୪ YR4 କୁ ପୃଥିବୀ ନିକଟରେ ଘୂରି ବୁଲୁଥିବାର ଦେଖିଛି। ତେବେ ନାସାର ଗଣନା ଅନୁସାରେ ଏହି ଉଲକାପିଣ୍ଡ ପୃଥିବୀକୁ କିଛି କ୍ଷତି ପହଞ୍ଚାଇନପାରେ କିନ୍ତୁ ଚନ୍ଦ୍ର ପାଇଁ ସାଙ୍ଘାତିକ  ବିପଦ ସୃଷ୍ଟି କରିବ ବୋଲି ନାସା ଗଣନା କରିଛି । ଯଦି ଏହା ଚନ୍ଦ୍ରକୁ ବାଡେଇ ହେଉଛି ତେବେ  ଏହାର ପ୍ରଭାବ ପୃଥିବୀ ଉପରେ ନିଶ୍ଚିତ ପଡିବ । ନାସାର କହିବାନୁସାରେ ୨୦୩୨ ଡିସେମ୍ବରରେ  ପୃଥିବୀ ଏବଂ ଚନ୍ଦ୍ର ପାଇଁ ବିପଦ  ରହିଛି । କୁହାଯାଛି ପୃଥିବୀକୁ  ଯଦି ଏହା ଧକ୍କା ଦିଏ ତେବେ ଧ୍ବଂସ  ସୁନିଶ୍ଚିତ । ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନାକୁ ବୖଜ୍ଞାନିକମାନେ ଅନେକ ଥର ପ୍ରକାଶ କରିସାରିଛନ୍ତି । ଉଲକାପିଣ୍ଡ ଯଦି ପୃଥିବୀ ସହ ଧକ୍କା  ହୁଏ ତେବେ  ସାରା ସହରରେ ଧ୍ବଂସ ଲିଲା ସୃଷ୍ଟି ହେବ ଯାହା ହିରୋସିମା ଉପରେ ପକାଯାଇଥିବା 500 ବୋମା ସହିତ ସମାନ ହେବ । ଯଦି ଉଲକାପିଣ୍ଡ ପୃଥିବୀ କୁ ଧକ୍କା ଦିଏ କେଉଁ କେଉଁ ଦେଶରେ ଏହା ବ୍ୟାପକ  କ୍ଷୟକ୍ଷତି ସୃଷ୍ଟି କରିବ ?  YR4 ଉଲକାପିଣ୍ଡର ପୂରା ନାମ ୨୦୨୪ରେ ରଖାଯାଇଥିଲା । ଏହି ଉଲକାପିଣ୍ଡକୁ ଆପୋଲୋ-ଟାଇମ୍‌ ଭାବେ ଚିହ୍ନଟ କରାଯାଇଥିଲା । ଯେତେବେଳ ଆଟଲାସ ଦ୍ବାରା ଏହି ଉଲକାପିଣ୍ଡକୁ ନେଇ ଚେତାବନୀ ଜାରି କରାଗଲା ସେତେବେଳେ ସାରା ବିଶ୍ବର ଅନ୍ତରିକ୍ଷ ଏଜେନ୍ସି ମାନଙ୍କରେ ହଇଚଇ ସୃଷ୍ଟି ହୋଇଥିଲା ।  

YR4 ର ବିପଦ କେତେ ସାଙ୍ଘାତିକ ? 

Advertisment

ବର୍ତ୍ତମାନ ଏହା ପୃଥିବୀଠାରୁ  ପାଖାପାଖି ୬.୫ କୋଟି କିଲୋମିଟର ଦୂରରେ ରହିଛି । କିନ୍ତୁ ଏହା ଖୁବ୍‌ ଦୃତ ଗତିରେ ଆଗକୁ ବଢିବାରେ ଲାଗିଛି । YR4 ର ବର୍ଦ୍ଧିତ ବିପଦକୁ ଜେମ୍ସ ୱେବ୍ ଟେଲିସ୍କୋପ୍  ସାହାଯ୍ୟରେ ଲଗାତାର  ନଜର ରଖାଯାଇଛି । ଏବଂ ଏହା ପରିବର୍ତ୍ତନ କରୁଥିବା କକ୍ଷପଥକୁ ବୁଝିବା ଏବଂ ଭବିଷ୍ୟତରେ ଏହାର କେତେ ପ୍ରଭାବ ପକାଇବ ତାର ପରିକ୍ଷା ମଧ୍ୟ ଚାଲିଛି । ମହାକାଶ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ, YR4 ଜୁନ୍ 2028 ପର୍ଯ୍ୟନ୍ତ କୌଣସି ଟେଲିସ୍କୋପ୍ ଦ୍ୱାରା ଦୃଶ୍ୟମାନ ହେବନି  । ଏହାର ଅର୍ଥ ହେଉଛି ପ୍ରାୟ 38 ମାସ  ପର୍ଯ୍ୟନ୍ତ ବୈଜ୍ଞାନିକମାନେ କେବଳ ଆକଳନ ଆଧାରରେ ଉଲକାପିଣ୍ଡକୁ ଟ୍ରାକ୍ କରିବେ । ନାସା ଅନୁସାରେ, ଯଦି ଉଲକାପିଣ୍ଡ ଧକ୍କା ସତ୍ୟ ହୁଏ ତେବେ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର, ଆଟଲାଣ୍ଟିକ ମହାସାଗର କିମ୍ବା ଆଫ୍ରିକାର କିଛି ଅଂଶକୁ ପ୍ରଭାବିତ କରିପାରେ । ତେବେ ସବୁଠାରୁ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ ଅନ୍ତର୍ଭୁକ୍ତ ।  ତେବେ ଏହି ଖବର ଜାତୀୟ ଗଣମାଧ୍ୟମରେ ଖବ୍‌ ଚର୍ଚ୍ଚା ହେଉଛି ।