କନକ ବ୍ୟୁରୋ: ଜମତାରା ଗ୍ୟାଙ୍ଗ ଅପରେସନ ମାମଲାରେ ଓଡ଼ିଶା ଲିଙ୍କର ହେବ ଖୋଳତାଡ଼। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। କହିଛନ୍ତି, ଆଣ୍ଟି-ଭାଇରସ ସଂସ୍ଥାର କଷ୍ଟମର କେୟାର ନାଁରେ କଲ କରୁଥିଲେ ସନ୍ଦିଗ୍ଧ ଯୁବକ। ସେହି ଭାଇରସ ସମ୍ପର୍କରେ ଲୋକଙ୍କୁ ତଥ୍ୟ ଦେଉଥିଲେ । ଆଣ୍ଟିଭାଇରସ ଇନଷ୍ଟଲେସନ ନାଁରେ ସିଷ୍ଟମକୁ ହ୍ୟାକ କରି ନିଜ କଣ୍ଟ୍ରୋଲକୁ ନେଉଥିଲେ, ଆଉ ତାପରେ ଆରମ୍ଭ କରୁଥିଲେ ଅପରେସନ । ଏହାପରେ ଟଙ୍କା ଲୁଟି ନେଉଥିଲେ । ଗ୍ରାଜୁଏଟ କରିଥିବା ଏହି ଠକ ମାନେ, ଇଂରାଜୀରେ କଥାବାର୍ତ୍ତା କରି ପାରୁଥିବାରୁ ଏମାନେ ବାହାର ଦେଶରୁ ଟଙ୍କା ଠକି ଥିବା ସନ୍ଦେହ କରାଯାଉଛି। ଏମାନଙ୍କ ଘର ପଶ୍ଚିମବଙ୍ଗ ହୋଇଥିବାରୁ, ଗୋଟିଏ ଟିମ କୋଲକାତା ଯାଇ ଖୋଳତାଡ଼ କରିବ। କଷ୍ଟମର କେୟାର ନାଁରେ ଲୋକଙ୍କୁ ଠକିବା ସହ ଏମାନେ ଆଉ କେଉଁ କେଉଁ ଉପାୟ ଆପଣାଇ ଥିଲେ, ସେ ବାବଦରେ ମଧ୍ୟ ଖୋଳତାଡ଼ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବ ପୁଲିସ। ଏହାସହ ଏମାନେ କାହା କାହାକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି, କୁଆଡେ କୁଆଡେ ପଠାଇଛନ୍ତି, ତା’ର ମଧ୍ୟ ଖୋଳତାଡ଼ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।
ଜମତାରା ଗ୍ୟାଙ୍ଗର ଓଡ଼ିଶା ଲିଙ୍କ ନେଇ ହେବ ଖୋଳତାଡ଼: ସୂଚନା ଦେଲେ ଭୁବନେଶ୍ୱର ଡିସିପି
Advertisment
Follow Us