ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ଜବତ ହେଲା କୋଟି କୋଟି ଟଙ୍କା

ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କର କୁଆଡୁ ଆସିଲା ଏତେ ସମ୍ପତ୍ତି ? ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୪୬ ଲକ୍ଷ ୪୫ ହଜାର ନଗଦ ଟଙ୍କା ଜବତ ହୋଇଛି

234

କନକବ୍ୟୁରୋ: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କର କୁଆଡୁ ଆସିଲା ଏତେ ସମ୍ପତ୍ତି ? ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୪୬ ଲକ୍ଷ ୪୫ ହଜାର ନଗଦ ଟଙ୍କା ଜବତ ହୋଇଛି। ୨ଟି ବଡ଼ କୋଠା ଠାବ ହୋଇଛି ।

ବ୍ରହ୍ମପୁର କମାପଲ୍ଲୀରେ ଗୋଟିଏ ଥ୍ରି- ବିଏଚକେ ଫ୍ଲାଟ୍ ଠାବ ହୋଇଛି। ସେହିପରି ଭୁବନେଶ୍ବର ସୁନ୍ଦରପଦା ଏବଂ ବ୍ରହ୍ମପୁର ବୈଦ୍ୟନାଥ ନଗରରେ ୨ଟି ବେନାମୀ ଫ୍ଲାଟ୍ ଠାବ ହୋଇଛି । ଭୁବନେଶ୍ବରରେ ୨ଟି ବଡ଼ ପ୍ଲଟ୍ ଏବଂ ବ୍ରହ୍ମପୁରରେ ଗୋଟିଏ ଏମିତି ମୋଟ ୪ଟି ବଡ଼ ପ୍ଲଟ୍ ମିଳିଛି 

୧ କୋଟି ୧୧ ଲକ୍ଷ ଟଙ୍କାର ଜମାରାଶି ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଓ ବାଲେଶ୍ବର ଓ ଭୁବନେଶ୍ବରର ଭିନ୍ନ ଭିନ୍ନ ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏବେବି ରେଡ୍ ଚାଲିଥିବାରୁ ମୋଟ ସମ୍ପତ୍ତିର ପରିମାଣ ଜଣାପଡିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe