କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଘଟଣା ନେଇଛି ୟୁ ଟର୍ଣ୍ଣ । ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗକୁ ଖଣ୍ଡନ କରିବା ସହ ଆଇଆଇସିଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଯାଜପୁର ଏସପି । ସାମ୍ବାଦିକ ସମ୍ମିଳନୀ କରି ଥାନାର ସିସିଟିଭି ଫୁଟେଜ ଦେଖାଇ ସତ ସାମ୍ନାକୁ ଆଣିଛନ୍ତି । ସିସିଟିଭି ଫୁଟେଜରେ ଥାନାରେ ଅଟକ ଥିବା ବେଳେ ଗିରଫଦାରୀକୁ ଏଡାଇବା ପାଇଁ ରବୀନ୍ଦ୍ର ମଲ୍ଲିକ ନାଟକ କରିଥିଲା । ପୂର୍ବରୁ ଥିବା ପୋକମରା ଔଷଧକୁ ପକେଟରେ ରଖିବା ସହ ପାଦରେ ଢାଳି ଦେଇ ବିଷ ପିଇଥିବା ଅଭିନୟ କରିଥିଲା । ସିସିଟିଭି କ୍ୟାମେରାରେ ରବୀନ୍ଦ୍ରର ସମସ୍ତ କାରନାମ କଏଦ ଥିବା କହିଛନ୍ତି ଏସପି । ତେବେ ବାଲିଚନ୍ଦ୍ର ଆଇଆଇସିଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ ଏକ ଜମିବାଡିକୁ ନେଇ ପଡ଼ୋଶୀଙ୍କ ସହ ରବୀନ୍ଦ୍ର ମଲ୍ଲିକଙ୍କ ବିବାଦ ରହିଥିଲା। ଗତ ୨ ତାରିଖରେ ଗଣ୍ଡଗୋଳ ପରେ ରାଗିଯାଇ ରବୀନ୍ଦ୍ର ମଲ୍ଲିକ ଘରୁ ଗରମ ପେଜ ଆଣି ପଡ଼ୋଶୀ ରବିନ୍ଦ୍ର ଓ ତାଙ୍କ ଝିଅ ଉପରେ ଫିଙ୍ଗି ଦେଇଥିଲା । ଏଥିରେ ରବିନ୍ଦ୍ର ଓ ତାଙ୍କ ଝିଅ ଗୁରୁତର ଆହତ ହୋଇ ବାଲିଚନ୍ଦ୍ରପୁର ଥାନାରେ ମାମଲା ଦାଏର କରିଥଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତ ରବୀନ୍ଦ୍ର ମଲ୍ଲିକକୁ ଥାନାକୁ ଉଠାଇ ଆଣିଥିଲା । ଥାନାରେ ଥିବା ସମୟରେ ଗିରଫ ଏଡାଇବାକୁ ଥାର୍ଡ ଡିଗ୍ରୀ ଓ ବିଷ ପିଇବା ନାଟକ ରବୀନ୍ଦ୍ର ରଚିଥିଲା ବୋଲି ଏସପି କହିଛନ୍ତି ।
ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଘଟଣା: ଆଇଆଇସିଙ୍କୁ କ୍ଲିନଚିଟ୍ ଦେଲେ ଏସପି
ସାମ୍ବାଦିକ ସମ୍ମିଳନୀ କରି ଥାନାର ସିସିଟିଭି ଫୁଟେଜ ଦେଖାଇ ସତ ସାମ୍ନାକୁ ଆଣିଛନ୍ତି । ସିସିଟିଭି ଫୁଟେଜରେ ଥାନାରେ ଅଟକ ଥିବା ବେଳେ ଗିରଫଦାରୀକୁ ଏଡାଇବା ପାଇଁ ରବୀନ୍ଦ୍ର ମଲ୍ଲିକ ନାଟକ କରିଥିଲା ।
/kanak/media/media_files/2025/08/08/bali-2025-08-08-23-01-09.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)