କନକ ବ୍ୟୁରୋ : ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାକୁ ଗିରଫ କଲା ପୋଲିସ । ପଟାମୁଣ୍ଡାଇ ଥାନା ଦାଣ୍ଡି ସାହି ଅଞ୍ଚଳରେ ଜଣେ ଔଷଧ ବ୍ୟବସୀୟଙ୍କ ଘରେ ଥିବା ବେଳେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ନାବାଳିକାକୁ ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ଘରକୁ ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ନାବାଳିକା ଜଣକ ଗୁରୁତର ଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us