Photograph: (kanaknews)
କନକ ବ୍ୟୁରୋ : ପୁଣି ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ । ବିଜେଡି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି । ଏକାଠି ହେଲେ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ବ ମଲ୍ଲିକ, କ୍ୟାପ୍ଟେନ୍ ରାଜ ନାରାୟଣ ମହାପାତ୍ର , ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ଏକାଠି ହୋଇଛନ୍ତି । ଶଙ୍ଖ ଭବନରୁ ମାତ୍ର ୫୦୦ ମିଟର ଦୂରରେ ପ୍ରମିଳାଙ୍କ ଘରେ ବୈଠକକୁ ନେଇ ଧରିଲା ଚର୍ଚ୍ଚା ।
ମୁଁ ମୋ ସ୍ତ୍ରୀଙ୍କୁ ହତ୍ୟା କରିଛି, କିନ୍ତୁ ଏହା ମର୍ଡର ନୁହେଁ: ଅଷ୍ଟ୍ରେଲିଆ କୋର୍ଟରେ ଭାରତୀୟଙ୍କ ଅଜବ ଯୁକ୍ତି
କାହିଁକି ଶଙ୍ଖ ଭବନରେ ବୈଠକ ନକରି ପ୍ରମିଳାଙ୍କ ଘରେ ବୈଠକ ବସିଛି, ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି । ଏହାକୁ ନେଇ ପ୍ରମିଳା ମଲ୍ଲିକ କହିଛନ୍ତି, ଦଳକୁ ସୁଦୃଢ଼ କରିବାକୁ ଏକତ୍ରିତ ହେଇଛୁ । ଦଳ ବିରୋଧରେ ଯିଏ ଯିବ, ସେମାନଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।
Follow Us