କନକ ବ୍ୟୁରୋ : କୋରେଇ ବ୍ଲକ ବଡ଼ତ୍ରିଲୋଚନପୁର ଗାଁ ନିକଟ ଖରସ୍ରୋତା ନଦୀ ଆଡ଼ିବନ୍ଧରେ ଆରମ୍ଭ ହୋଇଛି ପଥର ପ୍ୟାକିଂ କାମ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ  । 

Advertisment

ବଡ଼ତ୍ରିଲୋଚନପୁର ଗାଁକୁ ଲାଗି ରହିଛି ଖରସ୍ରୋତା ନଦୀ । ବର୍ଷା ଦିନେ ନଦୀରେ ବନ୍ୟା ଆସିଲେ, ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । କଚ୍ଚା ଘର ଭାଙ୍ଗିବା ସହ ପ୍ରଭାବିତ ହୁଏ ଫସଲ । ତେଣୁ ନଦୀ ବନ୍ଧରେ ପଥର ପ୍ୟାକିଂ ପାଇଁ ବାରମ୍ବାର ଦାବି ହୋଇଥାଏ । ହେଲେ କେହି ଏଥିପ୍ରତି ଧ୍ୟାନ ଦେଉନଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୂରଣ ହୋଇଛି ଦୀର୍ଘ ଦିନର ଦାବି । 

ଶିଳାନ୍ୟାସ କରି କାର୍ଯ୍ୟର  ଶୁଭାରମ୍ଭ କରିଛନ୍ତି ବିଧାୟକ ଆକାଶ ଦାସ ନାୟକ । ଏବଂ ବର୍ଷା ଦିନ ପୂର୍ବରୁ ଏହି ନଦୀ ବନ୍ଧ କାର୍ଯ୍ୟ  ସାରିବାକୁ ବିଧାୟକଙ୍କୁ ନିବେଦନ କରିଛନ୍ତି ଗାଁ ଲୋକ।