କନକ ବ୍ୟୁରୋ: ଏ ହେଉଛି ଜଣେ ସାଙ୍ଗ ପାଇଁ ଜଣେ ସାଙ୍ଗର ବିକଳ କାନ୍ଦ । ସେ ସିନା ଟିକିକେ ବଞ୍ଚିଗଲେ ହେଲେ ତାଙ୍କ ଆଖି ଆଗରେ ତାଙ୍କ ପ୍ରିୟ ସାଙ୍ଗ ତାଙ୍କୁ ଛାଡି ଚାଲିଗଲା । ସବୁଠୁ ଭଲ ସାଙ୍ଗକୁ ଲୌହ ଦାନବ ହାଇୱା ଟ୍ରକଟା ଦଳିମନ୍ଥି ମାଟିରେ ମିଶାଇଦେଲା । ପ୍ରତି ମୁହୂର୍ତ୍ତରେ ଆଖି ଆଗୋର ନାଚିଯାଉଛି ସେତେବେଳର ଭୟଙ୍କର ଦୃଶ୍ୟ। ଆଖି ବୁଜିଲା ମାତ୍ରେ ସେ ଘଟଣା ସାମ୍ନାକୁ ଆସିଯାଉଛି । ଲୋମଟାଙ୍କୁରୀ ଉଠୁଛି । 

Advertisment

ଯାଜପୁର ଦାନଗଦି ମୁଖ୍ୟ ରାସ୍ତା, ୨ ତାରିଖ , ରବିବାର ।ସରସ୍ବତୀ ପୂଜା ପାଇଁ ମନ ପୁରା ଖୁସି। ନୂଆ ;େଡ୍ରସ୍ ପିନ୍ଧି ଦୁଇ ସାଙ୍ଗ ସାଇକେଲରେ ସ୍କୁଲକୁ ବାହାରିଲେ ଆଉ ମାତ୍ର କିଛି ବାଟ ଯାଇଥିଲେ ସ୍କୁଲରେ ପହଁଞ୍ଚିଯାଇଥାନ୍ତେ। ହେଲେ ବାଟ ଓଗାଳିଲା ଯମ। ପଛପଟୁ ଦ୍ରୁତ ବେଗରେ ଆସି ଧକ୍କା ଦେଲା ହାଇୱା। ପ୍ରିୟଦର୍ଶୀନି ଓ ଅଚ୍ଚିତା ଦୁହେଁ ଛିଟିକି ପଡିଲେ। ଅଳ୍ପକେ ବର୍ତ୍ତିଲେ ପ୍ରିୟଦର୍ଶୀନି ହେଲେ ଅର୍ଚ୍ଚିତା ଛିଟିକା ପଡିବା ପରେ ତାଙ୍କ ଉପରେ ଚଢିଗଲା ହାଇୱାର ପଛ ଚକା। ଖିନବିନ୍ ହୋଇଗଲା ଅର୍ଚ୍ଚିତାଙ୍କ ଦେହ। ସେଇଠି ଚାଲିଗଲା ଜୀବନ। ଏସବୁ କ୍ଷଣିକରେ ଘଟିଗଲା ଆଉ ପ୍ରିୟଦର୍ଶୀୟନି ନିଜ ସାଙ୍ଗର ସେ ବିଭତ୍ସ ମୃତ୍ୟୁକୁ ନିର୍ବାକ ହୋଇ ଦେଖୁଥିଲେ ହେଲେ ନିରୂପାୟ। ସେ ସମୟର ସେ ଭୟଙ୍କର ଦୃଶ୍ୟ ତାଙ୍କୁ ସବୁବେଳେ ମନେପକାଇ କାନ୍ଦୁଛନ୍ତି। 

ଅର୍ଚ୍ଚିତାଙ୍କ ମୃତ୍ୟୁକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ। ରାସ୍ତାରୋକ କରିଥିଲେ। ହେଲେ ସ୍ଥାନୀୟ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡିଥିଲେ ଲୋକେ । 

ଅକାଳରେ ଅର୍ଚ୍ଚିତା ଚାଲିଗଲେ । ହେଲେ ଅମର ହୋଇଗଲେ । ତାଙ୍କ ମୃତ ଶରୀରକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।  ସେଠାରେ ତାଙ୍କ ଆଖି ଦୁଇଟିକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ତାଙ୍କ ପରିବାରା ।  ଗୋଟେପଟେ ଝିଅକୁ ହରାଇବାର ଦୁଃଖ ଅସହ୍ୟ ହେଉଥିଲେ ବି ତାଙ୍କ ଝିଅ ଆଉ କାହାର ଆଖିରେ ବଞ୍ଚିଛି ଭାବି ନିଜ ମନକୁ ବୁଝାଉଛନତି ଅର୍ଚ୍ଚିତାଙ୍କ ବାପା, ମା’ ଆଉ ଭାଇ। ଅର୍ଚ୍ଚିତାଙ୍କ ଏଭଳି ମହାନ ଦାନର ପ୍ରଶଂସାରରେ ଶତମୁଖ ତାଙ୍କ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତେ। 

ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅକାଳରେ ଝରିପଡୁଛି କଅଁଳ ଜୀବନ । କେବେ ସାବାଡ ହେବେ ଏଭଳି ଡ୍ରାଇଭର, କେବେ ରୋକିବ ଅସମୟ ମରଣ ?