କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ କ୍ରସର କର୍ମଚାରୀଙ୍କ ଗୁଣ୍ଡାରାଜ । ପ୍ରଥମେ କ୍ରସରର ଜଣେ ଯୁବ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏବେ ମୃତ ଯୁବକଙ୍କ ସଂପର୍କୀୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଜେନାପୁର ଥାନା ଅନ୍ତର୍ଗତ ପଦ୍ମାବତୀ କ୍ରସରର ମୃତ କର୍ମଚାରୀ ଅରଜିତ ଜେନାଙ୍କ ସମ୍ପର୍କୀୟ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ସୋମବାର ଦିନ ପ୍ରାୟ ୫ଟା ସମୟରେ ଅରଜିତଙ୍କ ମାଉସୀ ପୁଅ ଭାଇ ସୁଜିତ ଜେନା ନିଜ ଗାଁ ଢେଙ୍କାନାଳ ଜିଲ୍ଲା ଲେଥକାକୁ ଯାଉଥିଲେ । ଘରକୁ ଯିବା ସମୟରେ ରମ୍ପେଇ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ମରଣାନ୍ତର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୁଜିତଙ୍କୁ ଗୁରୁତର ଅବସ୍ଥାରେ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଧର୍ମଶାଳା ବଡ଼ଚଣା ପୋଲିସ ବଡ଼ଚଣା ମେଡିକାଲରେ ପହଞ୍ଚି ସୁଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ସେଠାରେ ସୁଜିତଙ୍କ ଅଵସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରଯାଇଛି । ଗତ ୩୦ତାରିଖରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଅରଜିତ ଜେନାଙ୍କୁ କ୍ରସର ମାଲିକଙ୍କ କାର୍ଯ୍ୟାଳୟରୁ ଦ୍ଧାର କରି ମେଡିକାଲ ନେଇଥିଲେ ସୁଜିତ ଜେନା । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଭାଇଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବାକୁ ଦାବି କରିଥିଲେ । ଏହାକୁ ନେଇ ସୁଜିତଙ୍କ ଉପରେ ରାଗ ରଖିଥିଲେ କ୍ରସର ମାଲିକଙ୍କ ଭଡାଟିଆ ଗୁଣ୍ଡା । ସୋମବାର ନିଜ ଗାଁକୁ ଯାଉଥିବା ସୁଜିତକୁ ଅଧବାଟରେ ଅଟକାଇ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ।

Advertisment