କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ ନଦୀ ସବୁବେଳେ ଚର୍ଚ୍ଚାରେ। ଅନେକ ଥର ବ୍ରାହ୍ମଣୀରେ କୁମ୍ଭୀର ଆକ୍ରମଣ ଘଟଣା ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। ହେଲେ ଏବେ ଆସିଛି ଭଙ୍ଗା ପୋଲର କାହାଣୀ। ହାରିଗଲାଣି ପୁରୁଣା ପୋଲ। ଲୁହା ରଡ଼ ଦେଖାଗଲାଣି। କିଛି ସ୍ଥାନରେ ସୁରକ୍ଷା ବାଡ଼ ନାହିଁ କ୍ଷ ପୋଲଟି ଖୁବ୍ ଅଣଓସାରିଆ। ତେଣୁ ଗୋଟିଏ ଗାଡ଼ି ଗଲେ ଅନ୍ୟପଟେ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼େ।
ଏ ପୋଲ ରାଜନଗର ବ୍ଲକର ଦୁଇଟି ଉପାନ୍ତ ଗାଁ ନଳଦିଆ ଓ କଟକଣାର ୨୫ଶହ ଲୋକଙ୍କ ଜୀବନରେଖା। ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ସ୍କୁଲ, କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ। ଆଳି ବଜାର ଓ ଡାକ୍ତରଖାନା ଯିବା ଆସିବା କରନ୍ତି ଲୋକେ କ୍ଷ ସ୍ଥଳପଥରେ ରାଜନଗର ବ୍ଲକ ଗଲେ ୩୫ କିଲୋମିଟର ବୁଲାଣି ପଡ଼ିବ। ତେଣୁ ଲୋକମାନେ ଆଳି ଉପରେ ନିର୍ଭରଶୀଳ। ଲୋକଙ୍କ ସୁବିଧା ଦୃଷ୍ଟିରୁ ୫ କୋଟି ୬୫ ଲକ୍ଷ ଟଙ୍କାରେ ବିଜୁ ସେତୁ ନିର୍ମାଣ ହୋଇଛି। ହେଲେ ଆପ୍ରୋଚରୋଡ ନଥିବାରୁ ନୂଆ ପୋଲ କାମରେ ଆସୁନଥିବା ଅଭିଯୋଗ ହୋଇଛି ।
ବ୍ରାହ୍ମଣୀ ନଦୀ ଉପରେ ଠିଆ ହୋଇଥିବା ବିଜୁ ସେତୁ ଅପ୍ରୋଚରୋଡ଼ ନିର୍ମାଣ କାମ ଖୁବଶୀଘ୍ର କରିବାକୁ ଲୋକେ ଦାବୀ କରିଛନ୍ତି