କନକ ବ୍ୟୁରୋ : ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ । ଗତ ୯ ତାରିଖରେ ଚାଓମିନ ମାଗିବାରୁ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଯାଜପୁର ସଦର ପୁଲିସ ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଯାଜପୁର ସଦର ଥାନା ଅଧୀନ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଶୁକଦେବ ଦାସ ଗତ ୯ ତାରିଖ ରାତିରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଯାଇ ଚାଓମିନ ମାଗିଥିଲେ । ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବଙ୍କୁ ଚାଓମିନ ନଦେଇ ଅପେକ୍ଷା କରାଇଥିଲେ । ପରେ କଥା କଟାକଟି ସହ ଶୁକଦେବ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ସଙ୍ଘବଦ୍ଧ ଭାବେ ଲୁହାରଡ଼ ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଶାନ୍ତନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ଘଟଣାରେ ସଂପୃକ୍ତ ଥିବା ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି ।

Advertisment