ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ବରୀ ବିଧାୟକଙ୍କ ମାଡ଼ ଓ ଜାତିଆଣ ଆକ୍ଷେପ ଘଟଣା; ଏକଜୁଟ ହେଲା ଯାଜପୁର ଅମଲା ସଂଘ

Advertisment

ଜିଲ୍ଲା ଅମଲା ସଂଘ ପକ୍ଷରୁ ବୈଠକ ଡକାଯାଇ ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ପ୍ରଶାସନ ଓ ସରକାର ଏହି ସ‌ମ୍ବେଦନଶୀଳ ଘଟଣାରେ ୪୮ ଘଣ୍ଟା ମଧ୍ୟରେ କୌଣସି ସନ୍ତୋଷ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ‌କଲେ ଜିଲ୍ଲା ଅମଲା ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦିଆଯିବ ବୋଲି ଅମଲା ସଂଘ ସଭାପତି କହିଛନ୍ତି ।

ଜିଲ୍ଲା ଅମଲା ସଂଘ ପକ୍ଷରୁ ବୈଠକ ଡକାଯାଇ ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ପ୍ରଶାସନ ଓ ସରକାର ଏହି ସ‌ମ୍ବେଦନଶୀଳ ଘଟଣାରେ ୪୮ ଘଣ୍ଟା ମଧ୍ୟରେ କୌଣସି ସନ୍ତୋଷ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ‌କଲେ ଜିଲ୍ଲା ଅମଲା ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦିଆଯିବ ବୋଲି ଅମଲା ସଂଘ ସଭାପତି କହିଛନ୍ତି ।

Jajpur Amla Sangh

Photograph: (KANAK NEWS)

କନକ ବ୍ୟୁରୋ : ବ୍ଲକ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ବିଧାୟକଙ୍କ ମାଡ଼ ଘଟଣାରେ ଏକଜୁଟ ହୋଇଛି ଯାଜପୁର ଅମଲା ସଂଘ । ଗତ ୨୮ ତାରିଖରେ ଯାଜପୁର ବରୀ ବ୍ଲକ କାର୍ଯ୍ୟାଳୟରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କନ‌ିଷ୍ଠ ରାଜସ୍ୱ ସହକାରୀ ଅମର ରଞ୍ଜନ ନାୟକଙ୍କୁ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପର ଅଭିଯୋଗ ହୋଇଥିଲା । ଏନେଇ ସେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବରୀ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ଏହି ଘଟଣାରେ ଜିଲ୍ଲା ଅମଲା ସଂଘ ପକ୍ଷରୁ ବୈଠକ ଡକାଯାଇ ଘଟଣାକୁ ନିନ୍ଦା କରାଯିବା ସହ ପୁଲିସ ପ୍ରଶାସନ ଓ ସରକାର ଏହି ସ‌ମ୍ବେଦନଶୀଳ ଘଟଣାରେ ୪୮ ଘଣ୍ଟା ମଧ୍ୟରେ କୌଣସି ସନ୍ତୋଷ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ‌କଲେ ଜିଲ୍ଲା ଅମଲା ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦିଆଯିବ ବୋଲି ଅମଲା ସଂଘ ସଭାପତି କହିଛନ୍ତି ।

ଅନ୍ୟପଟେ ବରୀ ବ୍ଲକ କାର୍ଯ୍ୟାଳୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାମ କରିବା ସୁରକ୍ଷିତ ନୁହେଁ । ବିଧାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ନକଲେ ଦଣ୍ଡ ମିଳେ ବୋଲି ଘଟଣା ସମୟରେ ଉପସ୍ଥିତ ଅନ୍ୟ ବରିଷ୍ଠ ରାଜସ୍ୱ ସହାୟକ କହିଛନ୍ତି । ତେବେ ଏହି ଘଟଣା ପୂରା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ ସଂପୃକ୍ତ ରାଜସ୍ୱ ସହାୟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଯିଏକି ଅମର ଓ ଅନ୍ୟଜଣେ ରାଜସ୍ୱ ସହାୟକ ଅଶ୍ୱିନୀ ସାହୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏନେଇ ବରୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍‌ପି ସୀତାକାନ୍ତ କାନୁନଗୋ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe